STORYMIRROR

Maheswar sahoo

Inspirational Thriller

3  

Maheswar sahoo

Inspirational Thriller

ସବୁ ପେଟ ପାଇଁ ନାଟ

ସବୁ ପେଟ ପାଇଁ ନାଟ

1 min
177

 ଭଲ ଖାଇବାକୁ ଆକାଂକ୍ଷା ସବୁରି 

   ଖଟିଣି କରନ୍ତି ନାହିଁ

ମାଗୁଣି ଯାଚୁଣି ତିଅଣ ସଡକେ

  ମାଗି ହୁଅ କାହିଁ ପାଇଁ ।

ଚାଷ କରିବାକୁ ନାହିଁ ତ ଆଗ୍ରହ 

   ମିଳିବ ଭଲ କେଉଁଠୁ

କରିଥିଲେ ସିନା ଭୁଞ୍ଜିବ ସୁଜନେ

   ଆଦର ଆସିବ ଯେଉଁଠୁ ।

ଚାଷ କାମ କଲେ ସରମ ଲାଗୁଛି

    ଚାଷରୁ ପୁରଇ ପେଟ

ସବୁ ନାଟ ଆଜି ଦୁନିଆ ଭିତରେ

    ପେଟ ନ ପୁରିଲେ ହାଟ ।

କାରଖାନା ଅଛି ପାର୍କବି ତ ଅଛି

   ଅଛି ଯେତେ ମୁଖ୍ୟ ସ୍ଥାନ

ଯେଉଁଠାକୁ ଯାଅ ଭୋକ ଯଦି ଲାଗେ

    ଖାଇଲେ ବଞ୍ଚିବେ ଜନ ।

ସିନେମା ଦେଖିଲେ ପେଟ ପୁରେ ନାହିଁ

    ଫୋନ ବି ଦିଏନି ଦାନା

ବିଳାସ ବ୍ୟସନ ପେଟ ପୁରାଏ ନି

   ପେଟ ପାଇଁ ଲୋଡ଼ା ଖାନା ।

ପେଟ ପାଇଁ ନାଟ ଦୁନିଆରେ ମୁଖ୍ୟ

    ସବୁତ ଜାଣଇ ଏହା

ନିଜେ ଚାଷ କରି ଘରେ ଶସ୍ୟ ରଖି

    ମନ ଜାଣି ଖାଅ ତାହା ।


Rate this content
Log in

Similar oriya poem from Inspirational