STORYMIRROR

padmaja pati

Abstract

3  

padmaja pati

Abstract

ସବୁ ମୁହେଁ ଫୁଟୁ ହସ

ସବୁ ମୁହେଁ ଫୁଟୁ ହସ

1 min
12.4K

ଚାରିଆଡେ ଆଜି ମାତିଛି କରୋନା

ଶୁଣି ଶୁଣି ଥରେ ଛାତି

ଗଗନ ପବନ କରେ ପ୍ରକମ୍ପିତ

ବିକଳ ମଣିଷ ଜାତି l

ରୋଗର ନିଦାନ ନିରୂପଣ ଲାଗି

ଚାଲିଛି ଯେ ଗବେଷଣା

ଥଳକୂଳ ମିଳୁନାହିଁ କେଉଁଠାରେ

ସଭ୍ୟତା ତ ବାଟବଣା l

କେବଳ ଏହାକୁ ହରାଇବା ଲାଗି

ରହିବାକୁ ହେବ ଘରେ

ଅଫିସ, କଚେରୀ, କଳ କାରଖାନା

ସବୁ ଅଚଳ ଏଠାରେ l

ରେଳଯାତ୍ରାଠାରୁ ବିମାନ ପର୍ଯ୍ୟନ୍ତ

ସବୁଥିରେ କଟକଣା

ଗୋଷ୍ଠୀ ସଂକ୍ରମଣ ରୋକିବା ପାଇଁକି

ଚାଲିଛି ଯେ ତନାଘନା l

ଆକ୍ରାନ୍ତ ଲୋକଙ୍କ ନେବାରେ ଯତନ

ବଢିବ ତାଙ୍କ ବିଶ୍ୱାସ

ଅପସରି ଯିବ କରୋନା ପ୍ରଭାବ

ସବୁ ମୁହେଁ ଫୁଟୁ ହସ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract