STORYMIRROR

ବି. ନିରୁପମା

Romance Tragedy Classics

4  

ବି. ନିରୁପମା

Romance Tragedy Classics

ସବୁ ହେଲା ଅକାରଣ ଗୋ

ସବୁ ହେଲା ଅକାରଣ ଗୋ

1 min
273



ଏତେ ସଜ ମୋତେ କରିଥିଲ ସଖି

ସବୁ ହେଲା ଅକାରଣ ଗୋ ,

ପ୍ରତୀକ୍ଷାରେ ସାରା ରାତି ବିତିଗଲା

ନଇଲେ ମୋ ଶ୍ୟାମଘନ ଗୋ ।(୦)

ସବୁ ହେଲା ଅକାରଣ ଗୋ....


ଅତି ଯତନରେ ପୟରେ ମୋହର

ଅଳତାର ଧାର ଦେଇ ଗୋ,

ଝୁଣ୍ଟିଆ,ନୂପୁର ଖଞ୍ଜି ଦେଇଥିଲ

ରୁଣୁଝୁଣୁ ବାଜୁଥାଇ ଗୋ ।

ହସ୍ତରେ କୁଙ୍କୁମ,କଙ୍କଣ,ବାହୁଟି,

ଚୁଡ଼ି କେତେ ଶୋଭାବନ ଗୋ ।(୧)


ପ୍ରତୀକ୍ଷାରେ ସାରା ରାତି ବିତିଗଲା

ନଇଲେ ମୋ ଶ୍ୟାମଘନ ଗୋ....


ଗଳାରେ ପିନ୍ଧାଇ ରତ୍ନହାର ସଖି

କର୍ଣ୍ଣରେ କୁଣ୍ଡଳ ଦେଲ ଗୋ ,

ଗଭାରେ ମଲ୍ଲୀର ଗଜରା ମଣ୍ଡାଇ

ନୀଳ ଶାଢ଼ୀ ପିନ୍ଧାଇଲ ଗୋ ।

ମଥାମଣି ସହ ନାକରେ ବସଣି

ସବୁ ହେଲା ଅକାରଣ ଗୋ ।(୨)


ପ୍ରତୀକ୍ଷାରେ ସାରା ରାତି ବିତିଗଲା

ନଇଲେ ମୋ ଶ୍ୟାମଘନ ଗୋ....


କେତେକଥା ମୁହିଁ ଭାବି ରଖିଥିଲି

ତାଙ୍କ ଆଗେ କହିବାକୁ ଗୋ ,

ଚରଣ ଯୁଗଳେ ନିଉଛାଳି ହୋଇ

ହୃଦେ ଚାପି ଧରିବାକୁ ଗୋ ।

ଦଇବ ଭିଆଣ ଆନ କିଛି ପରା

ଦହଗଞ୍ଜ ହୁଏ ପ୍ରାଣ ଗୋ ।(୩)


ପ୍ରତୀକ୍ଷାରେ ସାରା ରାତି ବିତିଗଲା

ନଇଲେ ମୋ ଶ୍ୟାମଘନ ଗୋ....


ସବୁ ହେଲା ଅକାରଣ ଗୋ....



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance