Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kunja Bihari Dalai

Abstract

4  

Kunja Bihari Dalai

Abstract

ସ୍ବର୍ଗ - ନର୍କ ଏଇଠି

ସ୍ବର୍ଗ - ନର୍କ ଏଇଠି

1 min
304


ଘୋଡାକୁ ଲଗାମ ହାତୀକୁ ଅଙ୍କୁଶ

 ଅମାନିଆ ହେଲେ ଲୋଡା,

  ଦୁଧିଆଳୀ ଗାଈ ଶାନ୍ତ ଓ ସୁଧାର

   ଖାଇବାକୁ ଦେଲେ ନଡ଼ା ।


ରୋଗୀକୁ ଡାକ୍ତର ରୋଗକୁ ବଟିକା

 ଅଡୁଆ ସୂତାକୁ ଧୈର୍ଯ୍ୟ,

  ତାଳି ମାଡ଼ ହେଲେ ଗାୟକ ପ୍ରବର

   ସୁରୁଖୁରୁ କରେ କାର୍ଯ୍ୟ ।


ବିଟପୀ ନାରୀର କାମନା ପୂରଣ

 ଆକଟରେ ପାରେ ରଖି,

  କବି ଓ ଲେଖକ ଆୟତ୍ତ ହୁଅନ୍ତି

   କାଗଜ କଲମ ଦେଖି ।


ଯୁବକ ଯୁବତୀ ଉଚ୍ଛୃଙ୍ଖଳ ହେଲେ

 ଲୋଡ଼ା ପାଞ୍ଚଣ ଓ ପାଞ୍ଚ,

  ହାକିମ ହୁକୁମା ତୋଡ଼ ଯା ଦେଖାନ୍ତି

   ନେବାପାଇଁ କିଛି ଲାଞ୍ଚ ।


ଘରଣୀ ତୁମର ଯେବେ ଅବାଗିଆ

 ଟିଭି ମୋବାଇଲ ଦିଅ,

  ସିରିଏଲ୍ ଦେଖି ପ୍ରେମାଳାପ କଲେ

   ମନ ହୋଇଯିବ ଥୟ ।


ପାଠ ପଢ଼ା ପିଲା ଅବୁଝା ହୋଇଲେ

 କିଣିଦିଅ ଫୋନ୍‌ ଗାଡ଼ି

  ଚଳାଇବା କାମ ତାଙ୍କୁ ଭଲ ଜଣା

   ଅରମା ଯିବେଟି ମାଡ଼ି ।


ଏବର ସମାଜ ଚଳଣି କୁ ଦେଖି

 ଲେଖିଲି ଏମନ୍ତ ବାର୍ତ୍ତା,

  ଘରେ ଶାନ୍ତି ରହୁ ସଂସ୍କାର ନଥାଉ

   ପତ୍ନୀ ଏବେ ହର୍ତ୍ତା କର୍ତ୍ତା ।


ପୁରୁଷ ଯେ ଘରେ ସ୍ତ୍ରୈଣ ହୋଇ ରହେ

 ସଂସ୍କାର ସେ ଘରେ ରୋଗୀ,

  ଜୀବ ଥାଉଁ ଥାଉଁ ସେଇ ଘରେ ନର

   ସ୍ବୟଂ ଅଟେ ନର୍କଭୋଗୀ ॥



Rate this content
Log in

Similar oriya poem from Abstract