STORYMIRROR

Prabhanjana Tripathy

Romance

3  

Prabhanjana Tripathy

Romance

ସ୍ବପ୍ନ

ସ୍ବପ୍ନ

1 min
467


ସୁନ୍ଦର ସ୍ବପ୍ନର ରାତିଟିଏ ମିଳୁ

ଦେଖ ଅବାସ୍ତବ ସ୍ବପ୍ନ

ସେଇ ସ୍ବପ୍ନ ମଧ୍ୟେ ଥାଉ ଚନ୍ଦ୍ରଭାଗା

ଭିତ୍ତି କଥା ରହୁ ଗପ୍ନ ll


ତୁମେ ଉଡୁଥାଅ ପୁଷ୍ପକ ବିମାନେ

ଅର୍ଧlଙ୍ଗିନୀ ଧରି ସାଥେ

ଆଲିଙ୍ଗନ କରି ବାହୁରେ ଛନ୍ଦି

ଭାଵ ବିନ୍ୟାଶର ପ୍ରୀତେ ll


ବାଦଲ ଘେରରେ ପ୍ରୀୟା ର ପଣତ

ଉଡୁ ଥାଉ ଗଗନରେ

ନିଆଳି ସାଥିରେ ନୂତନ ପ୍ରେମରେ

ଛନ୍ଦି ହୋଇ ବାହୁ ଘେରେ ll


ସ୍ବପ୍ନେ ସ୍ବପ୍ନେ ରାତି ପାହିଯାଉ

ଉନ୍ମାଦ ଖେଳାଇ ଅଙ୍ଗେ

କମାନା ବାଶନା ଉନ୍ମୁକ୍ତ ହେଉ

ଭବ୍ୟ ପୀରତିରେ ରଙ୍ଗେ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance