STORYMIRROR

Yudhisthir Khamari

Romance

2  

Yudhisthir Khamari

Romance

ସ୍ବପ୍ନ ଦେଖେ

ସ୍ବପ୍ନ ଦେଖେ

1 min
151

ମୁଁ ସ୍ବପ୍ନ ଦେଖେ ମୋର ତୁମର ଆଉ ସମସ୍ତଙ୍କର

ସେହି ସ୍ବପ୍ନ ଭିତରେ କିଛି ଖୋଜି ବୁଲେ

ଚେତନା ପାଇବା ବେଳକୁ ରୁଦ୍ଧି ହୁଏ

ସ୍ବପ୍ନର ବାସ୍ତବତା, ଅବାସ୍ତବତା ଉପରେ

ସ୍ବପ୍ନ ମଧୁର ହେଉ କି କର୍କଷ

ସେଥିରେ କେବଳ ନିଜକୁ ହିଁ ପାଏ

ଗୋଟିଏ ନୂତନ ଭାବନା ଓ ସିହରଣ ଛଡ଼

ଆଉ କିଛି ମିଳେ ନାହିଁ

ତଥାପି ସେ ବାସ୍ତବ ଅବାସ୍ତବ ଭିତରେ

ତୁମକୁ ହିଁ ଖୋଜିବସେ

ମନେ ପକାଏ ଅଢେଇ ଦିନ ଜୀବନର ମାନେ କୁ

ରାତି ପାହିଲେ ସବୁ ସରିଯିବ

ତୁମକୁ ହିଁ ଯିବାକୁ ହିଁ ହେବ

ଆଗରେ ହେଉ ବା ପଛରେ

ମୁଁ ବି ସହଯାତ୍ରୀ ହେବି ତୁମର

ସ୍ବପ୍ନ ଭିତରେ ବୁଡ଼ି ଯାଏ ତେଣୁ

ଘଡ଼ିଏ କି ଦି ଘଡ଼ି ସ୍ବପ୍ନର ସମ୍ରାଟ ସାଜେ

ପ୍ରକୃତିର ସୈାନ୍ଦର୍ଯ୍ୟ ସାନ୍ନିଧ୍ୟକୁ

ଅନୁଭବ କରେ ସିନା

ହେଲେ ମାୟା ସ୍ପର୍ଶ କରାଏନି ପଦ୍ମପତ୍ର ପରି

ବାନ୍ଧି ରଖେନି ସିମୀତ ଶିକୁଳିରେ


Rate this content
Log in

Similar oriya poem from Romance