ସଭିଏଁ କି ସମାନ?
ସଭିଏଁ କି ସମାନ?
କଥା ଦେଇ ରାଣ ଖାଆନ୍ତି
ଅଧା ପୁରା କରନ୍ତି
ଅଧା ପ୍ରତିଶୃତି ଦେଇ
ଛଳନା କରି ପ୍ରତିଶୋଧ ବି ନିଅନ୍ତି l
ବନ୍ଧୁ ହେବାର ବାହାନା ତ
କେତେ କରନ୍ତି
ଅଧା ବିପଦେ ହାତ ମିଶାନ୍ତି
ଅଧା ଧୋକା ଦିଅନ୍ତି l
ଜୀବନରେ ସାଥି ହୋଇ
କେତେ ଲୋକ ବାଟ ଚାଲନ୍ତି
ଅଧା ମରିବା ଯାଏଁ ସାଥି ହୁଅନ୍ତି
ଅଧା ମରିବା ଆଗରୁ ମାରି ଦିଅନ୍ତି l
ସେନେହ ମମତା ଆଉ ପ୍ରେମ, ଶରାଗ ତ
କେତେ ଲୋକ କରି ଜାଣନ୍ତି
ଅଧା ନିଃସ୍ୱାର୍ଥପର ହୋଇ ଜୀବନ ଦିଅନ୍ତି
ଅଧା ସ୍ଵାର୍ଥପର ହୋଇ ଜୀବନ ନିଅନ୍ତି l
