STORYMIRROR

subrat kumar jena

Abstract

3  

subrat kumar jena

Abstract

ସ୍ବେଦର ମୂଲ୍ୟ

ସ୍ବେଦର ମୂଲ୍ୟ

1 min
11.4K

ସ୍ବେଦର ମୂଲ୍ୟ ଏଠି ସହଜରେ ବୁଝିବାକୁ ,

କେହି ବି ନାରାଜ,

ମାନି ନେଲେ ହୁଏତ ମାନ ସମ୍ମାନ ରେ ହାନି ଘଟିପାରେ,

ନହେଲେ ସ୍ବେଦର ମୂଲ୍ୟ ଦେଇଦେଲେ,

ବଡ଼ଲୋକ ହୋଇଯିବେ ଛୋଟଲୋକ ମୂଲିଆ ଗୁଡାକ,

ସେମାନେ ଯଦି ଭଲ ଦି ପଇସା ରୋଜଗାର କରିବେ,

ତାଙ୍କ ପିଲାଛୁଆ ତ ଭଲ ବିଦ୍ୟାଳୟରେ ପଢିବେ,

ଆମର ତ ଧନୀ ଅଂହକାରକୁ ମାନିବ ବା କିଏ,

କିଏ ଆମକୁ ଆଉ ଡାକିବ ବାବୁ ,ସାହେବ

ଏମିତି ହେଲେ ଟଙ୍କେ,ଦି ଟଙ୍କା ଲାଗି ,

ଆମ ଆଗରେ ହାତ କିଏ ପତାଇବ ନିତି ନିତି,

ଆଉ ଆମେ ସମ୍ଭ୍ରାନ୍ତ ଗୋଷ୍ଟି ସାହାଯ୍ୟର ଅନ୍ତରାଳେ,

କିଛି ଫୋଟୋ ଉଠାଇ,

ତାକୁ ସୋସିଆଲ ମିଡିଆରେ ଭାଇରାଲ କିପରି କରିବା,

ଏ ମାନସିକତା ଆଗରୁ ଥିଲା ଆଉ ଏବେ କାହିଁ ବଦଳିବାର ଦେଖାଯାଉନି,

ନହେଲେ କେମିତି ଆମେ ସହରେ ,ରାଜ୍ୟରେ, ଦେଶରେ,

ବାଦାନ୍ୟ ବ୍ୟକ୍ତି ବୋଲି ଖ୍ୟାତି ଅର୍ଜନ କରିବା,

ଏଠି କେବଳ ସ୍ବେଦର ମୂଲ୍ୟ ବୁଝେ ମାଟି,

ଆଉ କିଛି ନିର୍ଜୀବ ବସ୍ତୁ ରହି ରହି,

ମାଟିତ ଫେରାଇ ଦିଏ ସବୁ ପରିଶ୍ରମର ମୂଲ୍ୟକୁ,

କିନ୍ତୁ ନିର୍ଜୀବ ବସ୍ତୁଗୁଡ଼ାକ କଣ କରିପାରିବେ,

ହେଲେ ସେମାନେତ ଢେର ଭଲ ଏହି ସ୍ୱାର୍ଥିକ ଗୋଷ୍ଟିଙ୍କ ଠାରୁ,

ଜିଏକି କେବେ ସ୍ବେଦ ବଦଳରେ ଧୋକା ଦିଅନ୍ତିନି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract