STORYMIRROR

Ajit Kumar Raut

Tragedy Inspirational

3  

Ajit Kumar Raut

Tragedy Inspirational

ସ୍ବାର୍ଥପର ଦୁନିଆ

ସ୍ବାର୍ଥପର ଦୁନିଆ

1 min
175


ଏବେ ବୁଝି ହେଉ ନାହିଁ ଦୁନିଆର ଗତିବିଧି


ସ୍ବାର୍ଥପର ଦୁନିଆ ଟି ଏବେ,


ବନ୍ଧୁର ସ୍ବାର୍ଥରେ ନାହିଁ ମୂଲ୍ୟ ମିତ୍ରତାର


ବନ୍ଧୁ କହିବା କାହାକୁ ଏବେ।


ନାହିଁ ଧର୍ମ ଜ୍ଞାନ ତାରେ ସ୍ବାର୍ଥ ହିଁ ଆଗରେ


କରୁଛନ୍ତି ସେ ମନ୍ତ୍ର ଜୀବନରେ,


ହୋଇ ମୃଦୁଭାଷୀ ଠକାଠକି କରେ ମିତ୍ରେ


ବନ୍ଧୁତାର ଜ୍ଞାନ ନାହିଁ ତାହାରେ।


ବିଶ୍ବାସ ନାହିହିଁ ବନ୍ଧୁରେ, ବନ୍ଧୁ କଳିଯୁଗେ


ଶତ୍ରୁତା କରୁଛି ଅଦୁର୍ଶ ଭାବେ,


ବନ୍ଧୁ ସ୍ବାର୍ଥ ପାଇଁ ହିଁ ବନ୍ଧୁତା ତାହାର


ବନ୍ଧୁ କଳଙ୍କିତ ସମ୍ପର୍କେ ଏବେ।


ବନ୍ଧୁତା ସମ୍ପର୍କ ଈଶ୍ବରୀୟ ସମ୍ପର୍କ


ଏକହିଁ ଆତ୍ମା ପ୍ରେମ ସମ୍ପର୍କ,


କୃଷ୍ଣ ସୁଦାମର ପରି ଏହୁ ପ୍ରେମ ସମ୍ପର୍କ


ଶ୍ରଦ୍ଧା ସମର୍ପଣର ପବିତ୍ର ସମ୍ପର୍କ।


ବନ୍ଧୁ କଳିଯୁଗେ ଏହୁ ସ୍ବାର୍ଥର ସମ୍ପର୍କ


ମଧୁର ବଚନ ମୁଖେ ଶତ୍ରୁ ସମ୍ପର୍କ,    

           

ଅଟେ କିପରିଟି ଏହୁ ବନ୍ଧୁରେ, ବନ୍ଧୁ ସମ୍ପର୍କ


ନାହିଁରେ ବିଶ୍ୱାସ ବନ୍ଧୁ ସମ୍ପର୍କ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy