ସ୍ବାର୍ଥ ସମ୍ପର୍କ
ସ୍ବାର୍ଥ ସମ୍ପର୍କ
ଏଠି ସ୍ୱାର୍ଥରେ ସମ୍ପର୍କ ବନ୍ଧା,
ଲାଭ କ୍ଷତି ରେ ଗୁଡ଼ା ହୋଇଥିବା
ପଲିଥିନ୍ ଯୁକ୍ତ ଜିନିଷ ଟିଏ
ଦୁନିଆଁ ବଜାର ରେ ଟଙ୍କା ର
ଓଜନରେ ତଉଲା ହେଉଥିବା
ନିତିଦିନିଆ ସାମଗ୍ରୀଟିଏ
ନିଜ ଦରକାର ବେଳେ
କୁଟିଳ ହସରେ ଖୋଜା ପଡୁଥିବା
କ୍ଷଣ ସ୍ଥାୟୀ ଅନାମଧେୟ
ବିସ୍ମୃତି ର ସଂକେତ ଟିଏ
ନିଆଁ ଜଳି ଗଲେ ପାଉଁଶ ପରି
ସ୍ବାର୍ଥ ସରିଗଲେ ସମ୍ପର୍କ,
ଅଜଣା, ଅଚିହ୍ନା ଆଉ ମରୀଚିକା
