STORYMIRROR

Sambit Srikumar

Romance Classics Inspirational

4  

Sambit Srikumar

Romance Classics Inspirational

ସ୍ବାଗତ ନବବର୍ଷ

ସ୍ବାଗତ ନବବର୍ଷ

1 min
415

ନବବର୍ଷ ଆସେ ସତେ ନବବଧୂ ପରି

ଶୀତେ ଥରି ଥରି ଆପଣାର ପାଦ ଥାପି

ଧରିତ୍ରୀର ବକ୍ଷ ପରେ ଅତି ସନ୍ତର୍ପଣେ

ମାଖୁଥାଏ ରୂପ ତା'ର ମନର ଦର୍ପଣେ।


ନବବର୍ଷ ଆସିଥାଏ ସାଥେ ଆଣି ତା'ର

ନୂଆ ନୂଆ କେତେ ଆଶାର ସମ୍ଭାର

ଦୂରେଇ ଦେବାକୁ ଦୁଃଖ କଷ୍ଟ ଜଗତର

ଦେବ ଗଢି ଦୁନିଆକୁ ସରସ ସୁନ୍ଦର।


ନୂଆ ନୂଆ ଭାବର ଫୁଟାଇ ଉଚ୍ଛ୍ବାସ

ଉଚ୍ଚାଟିତ କରେ ସବୁରି ମନପ୍ରାଣ

ଆଖିରେ ଭରିଦିଏ ସ୍ବପ୍ନର ଜୁଆର

ଚଉଦିଗେ ଆନନ୍ଦ ଉଲ୍ଲାସ କରି ବିତରଣ।


ସପ୍ରେମେ ଆବୋରି ନିଏ ସଭିଙ୍କର ତନୁମନ

ପ୍ରସାରଣ କରି ନିବିଡ଼ ବାହୁ ବେଷ୍ଟନୀରେ

ଅବଗୁଣ୍ଠନବତୀ ନିରିମାଖି ହସର ଫୁଆରା

ଢାଳି ଦିଏ ପ୍ରୀତି ସୁଧା ବାରି ତୃଷାର୍ତ୍ତ ଓଷ୍ଠରେ।


କେବେ ମୁଁ ଭେଟେ ଏଇ ନବବର୍ଷକୁ

ମୋ ଗାଁର ଶିଶିର ଭିଜା ଶାଗୁଆ ଖେତରେ

ତ କେବେ କୋରାପୁଟର ପାହାଡ଼ମାଳାରେ

କେବେ ପୁଣି ଚିଲିକାର ନୀଳ ବାରିଧିରେ।


ପ୍ରତିବର୍ଷ ପ୍ରତିଥର ନୂଆ ନୂଆ ଭାବ ନେଇ

ଆସେ ନବବର୍ଷ ଆମ ଜୀବନ ଫର୍ଦ୍ଦରେ

ଭରିଦେଇ ପୂର୍ଣ୍ଣତାର ସାନନ୍ଦ ଶୂନ୍ଯ ହୃଦୟରେ

ଆସୁଥାଉ ନବବର୍ଷ ଏହିମତେ ହର୍ଷ ଉଲ୍ଲାସରେ।


Rate this content
Log in

Similar oriya poem from Romance