STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୩

Tragedy

3  

ଓଡ଼ିଆ ଗଳ୍ପ ଓ କବିତା - ୩

Tragedy

ସ୍ବାଧିନ

ସ୍ବାଧିନ

1 min
13.6K



ସୁରଜିତ୍ କୁମାର ପାତ୍ର

ଆଜିବି ଆନ୍ନା ହଜାରେଙ୍କ ଚିତ୍କାର

ହଜିଯାଏ ଦୁର୍ନୀତିର ଦ୍ବୀପତଳେ

ପିପିଲି ଧର୍ଷିତାର ଚିତ୍କାର ମିଳେଇଯାଏ

ପୂର୍ବ ଓଡିଶାର ଜନଗହଳେ

ଖୋଦ୍ ମନ୍ତ୍ରୀମାନଙ୍କୁ ଟଙ୍କା ଦରକାର ବୋଲି

ସୋନି ଭଳି ବୋହୂମାନେ ନିର୍ଯ୍ଯାତିତ

....ତ କୁହ କେମିତି କହିବା

ଉଣେଇଶିଶହ ଶତଚାଳିଶିରୁ

ସ୍ବାଧିନ ହେଇଛି ଆମ ଭାରତ ?

ଯେତେବେଳେ ....

ତରୁଡାଳେ ବସି ମୁକ୍ତ ବିହଙ୍ଗ

ଗାଇବ ଖୁସିରେ ଗୀତ

ରାତିର ଅନ୍ଧାରେ ନିର୍ଭୟା ତରୁଣୀ

ଏକା ଚାଲୁଥିବ ବାଟ

ସେତବେଳେ ...

କବିର ଲେଖନୀ ଏପରି ଲେଖିବ

ମୂକ୍ତ ଭାରତ ମୂକ୍ତ ।

ଯେତେବେଳେ ....

ଯୌତୁକ ଯାତନା ନପାଇ ରମଣୀ

ହସୁଥିବ ଖିଲି ଖିଲି

ନାରୀଜାତି ପାଦେ ନଥିବ ଶୃଙ୍ଖଳ

ପରାଧିନତାର ବେଡି

ସେତବେଳେ ...

ଲେଖକ ଲେଖିବ କଲମ ମୂନରେ

ଆଜି ମୁଁ ସ୍ବାଧିନ ହେଲି ।

ଯେତେବେଳେ ...

ବୋମା ବନ୍ଧୁକରେ ନମରି ସିପାହୀ

ନିର୍ଭୟେ ଜଗିବ ସୀମା

ଶୋଷଣ ଶୀକାର ନହେବ ଗରୀବ

ଦୁର୍ନୀତି ନଥିବ ଜମା

ସେତବେଳେ ...

ମୂକ୍ତ ଚିତ୍ତରେ ଗାଇବ ଲେଖକ

ସ୍ବାଧିନ ହେଲା ମୋ' ମା

ସ୍ବାଧିନ ହେଲା ମୋ' ମା ।।

ଉତ୍କଳିକା ଭାଷା ନିଳୟ

ସାଇତିଙ୍ଗିଆ ଫିରିଙ୍ଗିଆ

କନ୍ଧମାଳ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy