STORYMIRROR

ନାୟକ ଅକ୍ଷୟ ରାଜହସ୍ତୀ

Tragedy Inspirational

3  

ନାୟକ ଅକ୍ଷୟ ରାଜହସ୍ତୀ

Tragedy Inspirational

ସ୍ବାଧିନ ଭାରତ : ଦୁଃଖଦ ଚିତ୍ର

ସ୍ବାଧିନ ଭାରତ : ଦୁଃଖଦ ଚିତ୍ର

1 min
286

ଗାନ୍ଧି ସୁଭାଷ ଦୁଇଟି ବିଂଦୁ

ଉଭୟେ ପରିପୁରକ l

ଜଣେ ଅହିଂସା ର ଅପାର ହିଂସା ର

ସ୍ୱାଧୀନ ଚେତା ପ୍ରତୀକ 

ଏ ମାଟିର ଆଦି ଶ୍ଲୋକ ll

ଦୁହିଁଙ୍କ ସପନ ସତ ହେଲା ସିନା

ବାକି ଅଛି କିଛି ଆଉ l

ରାତି କଥା ଛାଡ଼ ଦିନ ଦ୍ବିପହରେ

ଅସୁରକ୍ଷିତ ଆମ ଘର ଝିଅ ବୋହୂ

ଆଖିରୁ ଝରାନ୍ତି ଲହୁ ll

ଛଳ ପ୍ରତାରଣା ସ୍ୱାର୍ଥ ଜଡିତ

ଆଜିର ରାଜନୀତି l

ରକ୍ଷକ ହୋଇ ଭକ୍ଷକ ସାଜିଲେ

ହେବ କି ଜାତି ପ୍ରଗତୀ 

ଗ୍ରାମ୍ୟ ଭାରତ ର ବ୍ୟାପ୍ତି ll

ଦାରିଦ୍ର୍ୟ ଶୃଙ୍ଖଳ ହୁଏନା ଛିର୍ଣ୍ଣ

ଅଧୁରା ରାଷ୍ଟ୍ର ଗଠନ l

ସ୍ବାଧିନ ଭାରତ ଚିନ୍ତା ଚେତନା ରେ

ଦୁଃଖଦ ଚିତ୍ର ଅଙ୍କନ 

ହୁଏନା ସ୍ଵରାଜ ଗଠନ ll

ନାରୀ ସ୍ୱାଭିମାନ ନାରୀ ସମ୍ମାନ

ପ୍ରତି କଣ୍ଠେ ଶୁଭୁଥାଉ l

ସର୍ବ ଦେବଦେବୀ ପ୍ରସନ୍ନ ହୋଇଵେ

ଝରିବ ଆଶିଷ ମହୁ 

ଶାନ୍ତି ମୈତ୍ରୀ ବାର୍ତ୍ତା ବହୁ ll


Rate this content
Log in

Similar oriya poem from Tragedy