STORYMIRROR

Sagar Kumar Parida

Inspirational

3  

Sagar Kumar Parida

Inspirational

ସ୍ବାଧୀନତାର ସୁରକ୍ଷା

ସ୍ବାଧୀନତାର ସୁରକ୍ଷା

1 min
33

ସ୍ବାଧୀନତା ନୁହେଁ ଖାଲି ମୁକତି

   ଯଦି ନାହିଁ ଆମ ଦେଶ ପୀରତି

      ତ୍ରିରଙ୍ଗାର ବାନା ଉଡାଇବା ବିଶ୍ୱେ

         ଦେଖାଇବା ଆମେ ଆମ କୀରତି ।।(୧)

ହେବା ଆମେ ଦିନେ ବିଶ୍ୱରଗୁରୁ

   ଆମ ପରାକ୍ରମ ଜ୍ଞାନର ବଳୁ

     ଅଂହିସା ମନ୍ତ୍ର ଯେ ମୂଳମନ୍ତ୍ର ଆମ

         ଦେଶରକ୍ଷା ଲାଗି ଯୁଦ୍ଧ ବି କରୁ ।। (୨)

ସ୍ବଦେଶୀ ଦ୍ରବ୍ୟକୁ ଆପଣେଇବା

   ବିଦେଶୀ ଦ୍ରବ୍ୟକୁ ବରଜି ଦେବା

      ସୁଦୃଢ କରିବା ଆମ ଅର୍ଥନୀତି

        ସଭିଏଁ ଆମେ ଯେ ଏକ ହୋଇବା ।।(୩)

ଆମ ଚଉପାଶେ ଶତ୍ରୁ ଗହଳି

   କରୁଛନ୍ତି ଆମ ସାଥିରେ କଳି

      ନୂଆ ନୂଆ ଅସ୍ତ୍ର ତିଆରି କରିଣ

        ଭାଙ୍ଗିଦେବା ତାଙ୍କରି ମହାମେଳି ।।(୪)

ଆମରି ପୂର୍ବଜ ମହାନବୀର 

    ତଡିଥିଲେ ଦେଶୁ ଫିରିଙ୍ଗି ଦଳ

       ତାଙ୍କରି ସନ୍ତାନ ଅଟୁ ଆମେ ସର୍ବେ 

          ଶତ୍ରୁକୁ ଦେଖାଉ ଯମରପୁର ।।(୫)

 ଆମ ସମ୍ବିଧାନ ଆମ ଜୀବନ

  ରକ୍ଷା କରିବା ଦେଇ ମନପ୍ରାଣ

     ଜାତୀୟ ସଂଗୀତ ଜୀତୀୟ ସଂହତି

       ଜାତିପ୍ରେମେ ଦେବା ଆମ ଜୀବନ ।।(୬)

ସ୍ବାଧୀନତା ରକ୍ଷା କରିବା ଲାଗି

   ମୋ ସୈନିକ ଭାଇ ସୀମା ଜଗଇ

      ଅନ୍ନଶସ୍ୟ ତାଙ୍କୁ ଯୋଗାଏ କୃଷକ 

          ଦିନରାତି ନିଜ ଜମିର ଥାଇ ।। (୭)

ତ୍ରିରଙ୍ଗା ତଳରେ ଶପଥ ମୋର

  ସ୍ବାଧୀନତା ରକ୍ଷା କରିବି ତା'ର

      ନିଜ ଜୀବନ ମୋ ବଳିଦାନ ଦେଇ

          ରଖିବି ମହତ ଭାରତ ମା'ର।୮।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational