STORYMIRROR

Sunanda Mohanty

Abstract Thriller Others

4  

Sunanda Mohanty

Abstract Thriller Others

ସ୍ବାଧୀନତା

ସ୍ବାଧୀନତା

1 min
7


ଅର୍ଥର ଯେମିତି ଦ୍ବିଅର୍ଥ 

ସ୍ବାଧୀନତା ଲାଗେ ବିଅର୍ଥ 

ସ୍ବାଧୀନତା ନାହିଁ କହି 

କୁକୁର ପଛରେ ଧାଇଁ 

ମୁନା ହୁଏ ଆହତ 

ଖର୍ଚ୍ଚ ହୁଏ ଅର୍ଥ

 ବୁଝିନି ସେ ସ୍ବାଧୀନତା ଅର୍ଥ 

ଅନ୍ଧାର ରାତିରେ ଝିଅ 

ଚାଲିଯିବା ଭୟ ଛାଡି 

ଗଲାଯେବେ ଦୁଷ୍କର୍ମେ ପଡି 

ହରାଇଲା ଇଜ୍ଜତ ମହତ 

ଅର୍ଥରେ ନହେବ ସମର୍ଥ 

ସାମାଜିକ ଆର୍ଥିକ ବାସନ୍ଦଚ୍ୟୁତ 

ସ୍ବାଧୀନତା ଆଜିବି ଝିଅ ପାଇଁ ଚାରିକାନ୍ଥ 

ନବୁଝିଲେ ଅର୍ଥ ଓ ଭାବାର୍ଥ 

ବୋଲିବେ କୁଳାଙ୍ଗାର ଅପଦାର୍ଥ 

ସ୍ୱାଧୀନତା ଗୁଢ ଅର୍ଥ 

କର ଅବା ମର 

ନିଜ ହାତ ଓ ନିଜପାପୁଲି ତୁମର ଏକାନ୍ତ 

ନହେଲେ କାଞ୍ଜିଆଘାସ କଳାପାଣି ନିଶ୍ଚିନ୍ତ 

ଅନ୍ୟବାଡିର ଦୁବଘାସ ତୁମ ଗାଈକୁ ମନା 

ଅନ୍ୟ ଘରେ ବୁଲେଇବା କଳାକନା 

ଦମ୍ଭ ଓ ସାହାସକୁ କରି ପ୍ରତିହତ 

ଦେଶ ଜାତିର କର୍ମବୀର 

ଛାଡି ମରଣକୁ ଡର 

ଜାଗାଅ ଜାଗ୍ରତ କରିବା ଆଗରୁ ନିଜ ଶପଥ 

ଭଲ କଥା ଦେଖିବି କହିବି ଶୁଣିବି 

ଜାତୀୟ ପତାକାକୁ କରି ପ୍ରଣିପାତ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract