ସ୍ବାଧୀନତା ସୂତ୍ର
ସ୍ବାଧୀନତା ସୂତ୍ର
ଯେଉଁ ଦେଶର ମାଟିରୁ ଶୁଭେ
ଓଁକାରେ ନିତି ଶାନ୍ତି
ଯେଉଁ ଦେଶର ପବନ ଗାଏ
ପଞ୍ଚସୁତ୍ରୀ ପ୍ରୀତି ଗୀତି
ଯେଉଁ ଦେଶର ଜଳରେ ଫୁଟେ
ପଦ୍ମ ସହିତେ ପଦ୍ମମୋତି
ଯେଉଁ ଦେଶର ଆଲୋକ ଦିଏ
ପ୍ରୀତି ବାରତା ନିତି
ଯେଉଁ ଦେଶର ଆରାଧ୍ୟ୍ୟ ଆମ
ଜଗନ୍ନାଥ ଓ ତାଙ୍କ ସଂସ୍କୃତି
ଯେଉଁ ଦେଶରେ ପତାକା ଦର୍ଶାଏ
ଶାନ୍ତି ପ୍ରୀତି ମୈତ୍ରୀ ତ୍ରିସୂତ୍ରୀ
ଯେଉଁ ଦେଶର କୃଷକ ଭାଇ
ଫଳାଏ ଶଶ୍ୟ ହୀରା ମୋତି
ଯେଉଁ ଦେଶ ସୈନିକଭାଇ ସୀମାନ୍ତେ
ପୁହାଏ ଉଜାଗରେ ରାତି
ଯେଉଁ ଦେଶ ମଣିଷ ମନେ ମନୁଷ୍ୟତା
ପର ଆପଣା ଆସେନା କତି
ସେଇ ଦେଶର ନାମ ଭାରତ ବର୍ଷ
ହିମାଳେୟ ଯା ଚରଣ ଛୁଇଁ ପାଏ ଶାନ୍ତି
ଗଙ୍ଗା ଠାରୁ ଗୋଦାବରୀ ଯାଏଁ
ମୋ ଦେଶ ଅସ୍ତି ବିସ୍ତୃତି
ସେଇ ଦେଶରେ ଜନମ ମୋର ଆମର
ଛୁଇଁ ମାଟି ପାଣି ପବନ ଢାଳିବା ପ୍ରଣତି
ଜୟ ଯବାନ ଜୟ କିଷାନ ଜୟ ଶ୍ରୀ କାନ୍ତି
ଆମ ଦେଶ ଭାରତ ବର୍ଷ ନାହିଁ ଦେଶ ଏମିତି
ସତ ସବୁ ନୁହଁଇ କିମ୍ବଦନ୍ତି
ଆମ ଦେଶ ଗୁରୁ ଶିଖାନ୍ତି ସଂହନ୍ତି ପ୍ରୀତି ମୈତ୍ରୀ
ଆମ ଦେଶଭକ୍ତ ଜନନାୟକମାନେ ଶକ୍ତି
ଦେଇ ବିଶ୍ୱାସ ହରାଇ ନିଶ୍ୱାସ ଆମ ପାଖେ ଅଛନ୍ତି
ଗାଇବା ଆସ ମିଳି ଜୟଗୀତି ।