STORYMIRROR

Chinmaya Kumar Nayak

Abstract

3  

Chinmaya Kumar Nayak

Abstract

ସ୍ବାଧୀନତା ଏକ ଆଶୀର୍ବାଦ

ସ୍ବାଧୀନତା ଏକ ଆଶୀର୍ବାଦ

1 min
50

ସମାଜ ଭିଡ଼ରେ ସାମ୍ୟବାଦ

ସ୍ୱୟଂ ପ୍ରକାଶର ପୂର୍ଣ ନାଦ

ଜୀବନର ଏକ ମୂଳଶୋଧ

ସ୍ବାଧୀନତା ଏକ ଆଶୀର୍ବାଦ।


ସ୍ୱରାଜ ସୁରକ୍ଷା ନିର୍ବିବାଦ

ଅକ୍ଷତ ବ୍ୟକ୍ତିତ୍ୱ ପରିଶୁଦ୍ଧ

ଆତ୍ମ ସଂଯମର ମହାବେଦ

ସ୍ବାଧୀନତା ଏକ ଆଶୀର୍ବାଦ।


ମାତୁଭୂମି ପାଇଁ ପ୍ରତିବଦ୍ଧ

ସାଧନା ଏ ଏକ ଚିତ୍ତଶୁଦ୍ଧ

ସ୍ୱୟଂର ଅଧିନ କର ସାଧ୍ୟ

ସ୍ବାଧୀନତା ଏକ ଆଶୀର୍ବାଦ।


ମୁକ୍ତ ଆଲୋକର ସୁଖପ୍ରଦ

ସୀମାରେ ଅସୀମ ଅନୁଭବ

ସ୍ବେଚ୍ଛାଚାରିତାର ଅବରୋଧ

ସ୍ବାଧୀନତା ଏକ ଆଶୀର୍ବାଦ।


ସ୍ୱାୟତ ସ୍ବଧର୍ମ ସ୍ୱରବଦ୍ଧ

ଗୌରବେ ସ୍ଵଜାତି ଉଦ୍ଭବ

ମୁକ୍ତିର ଏକ ପ୍ରତିଜ୍ଞବଦ୍ଧ

ସ୍ବାଧୀନତା ଏକ ଆଶୀର୍ବାଦ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract