Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Henarani Senapati

Classics Inspirational Others

4  

Henarani Senapati

Classics Inspirational Others

ସୌନ୍ଦର୍ଯ୍ୟ ସମ୍ପୁର୍ଣ୍ଣା ଋପ

ସୌନ୍ଦର୍ଯ୍ୟ ସମ୍ପୁର୍ଣ୍ଣା ଋପ

1 min
531


ଫୁଲ ତୁଲ୍ୟ ତୁମ ଅମୂଲ୍ୟ ଶରୀର 

ସୌନ୍ଦର୍ଯ୍ୟ ସମ୍ପୁର୍ଣ୍ଣା ଋପ

ମହକି ଉଠଇ ମଧୁ ମଳୟ ଯେ 

ମିଠା ହସର ସ୍ବରୂପ ।


ଋପ ମାଧୁର୍ଯ୍ୟରେ ପଲ୍ଲବିନୀ ତୁମେ

ଆନମନା ସଦା ହୁଅ

ମାୟା ସଂସାରରେ ବାୟା ପରି ତୁମେ 

ସଂସାର ମୋହରେ ଥାଅ ।


ଉଷାର ଆଲୋକ ରଞ୍ଜିତ କରଇ 

ତୁମ କୋମଳତା ମନ

ସ୍ନେହରେ ବାନ୍ଧି କି ପରିବାର ରଖ 

ସଦା ପ୍ରଫୁଲ୍ଲିତ ପ୍ରାଣ ।


ଅସ୍ତଗାମି ସୂର୍ଯ୍ୟା କୋମଳ କିରଣ

କିଣେ ତୁମ ମନ ପ୍ରାଣ

ବାହାର ଦୁନିଆ ଦର୍ଶନେ ନୟନ 

ସଦା ଦିବ୍ୟମାନ ଜାଣ ।


ସମ୍ପର୍କରେ ବନ୍ଧା ତୁମ ମନ ସଦା 

ଆଖି ଖୋଜେ ଆତ୍ମୀୟତା

ନିଜର ପଣିଆ ରଖିଥାଅ ସଦା

ପର ପାଇଁ କାତରତା ।


ଶୀତଳ ରାତ୍ରି ରେ ଦୁଆର ଫାଙ୍କରେ

 ନୀଳ ଗଗନ କୁ ଦେଖି

 ଜ୍ୟୋସ୍ର୍ନା ଆଲୁଅରେ ବାଦଲ ପଛରେ

 ନୂଆ ଖୋଜେ ତୁମ ଆଖି ।


କୁନି କୁନି ତାରା ବାଦଲ ପଛରେ

ଛୁପା ଛୁପି ଖେଳୁଥାନ୍ତି

ଘନିଷ୍ଠ ସମ୍ପର୍କେ ତୁମ ମନ ପ୍ରାଣ 

ପିଲାଙ୍କ ସଙ୍ଗେ ଖେଳନ୍ତି ।

 

ତୁମ ଜନ୍ମଦିନ ପାଳନ ହେଉଛି 

ପିଲାଙ୍କ ମନ ଉଲ୍ଲାସ  

ସତ୍ୟ ନାରାୟଣ ସହାୟ ହୁଅନ୍ତୁ 

ଅମଳିନ ରହୁ ହସ ।


Rate this content
Log in

Similar oriya poem from Classics