STORYMIRROR

Madhabi Patel

Inspirational

3  

Madhabi Patel

Inspirational

ସୈନ୍ୟ

ସୈନ୍ୟ

1 min
13.2K


ସୈନ୍ୟ।

ଯାର ପାଇଁ ସବୁଜିମାରେ ଧରା ହସୁଛି।

ଯାର ପାଇଁ ଶାନ୍ତି ଅମନ ଫୁଲ ଫୁଟୁଛି।

ବର୍ଷା ଶୀତ କାକରରେ ନିତି ଯିଏ ଲଢୁଛି।

ଯାର ପାଇଁ ଜୀବନକୁ ଖୁସିରେ ଜୀଇଁ ହେଉଛି?

ଅରାତିର କଷାଘାତୁ ନି୍ରବିଘ୍ନେ ବର୍ତି ହେଉଛି।

ତା ପାଇଁ ଏ ସମାଜ ନିଶ୍ଚିନ୍ତେ ନିଦ୍ରା ଯାଉଛି।

ସରହଦେ ଥାଇ ଯେବେ ସୈନ୍ୟ ବାଜି ଲଗାଏ

ଦେଶ ଭିତରେ ଜନତା ଖୁସି ଉତ୍ସବ ମନାଏ।

ଶିଶୁ ହସେ ନାରୀ ହସେ ବୃଦ୍ଧ ବୃଦ୍ଧା ହସେ।

ରାଜଗାଦି ଉଠେ ବସେ ଚାଲଇ ହରସେ।

ବିଜ୍ଞାନ ସାହିତ୍ୟ କ୍ଷେତ୍ରେ ହୁଅଇ ଉନ୍ନତି।

ଯାତାୟତ ଜ୍ଞାନ ସେବା ଗଢଇ ସଂସ୍କୃତି।

କକଳକାରଖାନା ଖଣି ସବୁରି କ୍ଷେତ୍ରରେ

ଦେଶର ଗାରିମା ବଢେ ବହିର୍ଜଗତରେ।

ବୀର ଯବାନଙ୍କ ର କେତେ କେତେ ବଳିଦାନ।

ଦେଶ ଜାତି ସଭ୍ୟତାର କରଇ ଗଠନ।

ପରିବାର ସୁଖ ତେଜିଦେଶ ସେବାରେ ମଗ୍ନରହେ ।

ତା ସମ୍ମାନେ ଏ ଜନତା ଜୟଗାନ ଗାଏ।

ମାଧବୀ ପଟେଲ।









ಈ ವಿಷಯವನ್ನು ರೇಟ್ ಮಾಡಿ
ಲಾಗ್ ಇನ್ ಮಾಡಿ

Similar oriya poem from Inspirational