STORYMIRROR

Abhisek Das

Inspirational

3  

Abhisek Das

Inspirational

ସୈନିକ

ସୈନିକ

1 min
25.9K


ରାତ୍ରିର ଅନ୍ଧାରେ,ମୃତ୍ୟୁର ଦ୍ଵାରରେ

ରହିଥାଏ ଠିଆ ହୋଇ।

ନଥାଏ ନିଦ ମୋ ଆଖିରେ,

ଦେଶର ଭାର ମୋ ପିଠିରେ।

ଜାଗ୍ରତ ପ୍ରହରୀ ମୁଁ,

ବଞ୍ଚେ ମୁଁ ସୈନିକ ପରିଚୟରେ।।


ନିଶବ୍ଦ ରାତିରେ,ଘନ ଜଙ୍ଗଲରେ,

କେତେବେଳେ ମେରୁ,କେତେବେଳେ ମରୁ,

ଲଢୁଥାଏ ଯୁଦ୍ଧ ଭୂଇଁ ରେ,

ଦେଶର ଭାର ମୋ ପିଠିରେ।

ମାଟିର ସେବକ ମୁଁ,

ଲଢେ ମୁଁ ସୈନିକ ପରିଚୟ ରେ।।


ମୋର ପ୍ରତି ଶିରା ପ୍ରଶିରାରେ,

ଲେଲିହିନ ବହ୍ନି , ଦୀପ୍ତ ହୋଇ ଜଳେ।

କେତେବେଳେ ଉଡେ଼ ଆକାଶ ବକ୍ଷରେ,

କେତେବେଳେ ବୁଡେ଼ ଅତଳ ସାଗରେ।

ତଥାପି ବି ଧରେ ଦେଶର ଭାର ମୁଁ,

ଲଢ଼େ ମୁଁ ସୈନିକ ପରିଚୟରେ।।


ଛାଡି କାହିଁ ଦୂର,ଘର ପରିବାର।

ଏକାକୀ ଜୀବନ ଲାଗେ ନିକାଞ୍ଚନ।

ତଥାପି ସର୍ବଦା ପ୍ରସ୍ତୁତ ମୁଁ,

ପ୍ରତି ମୁହୂର୍ତ୍ତ ରେ ତତ୍ପର।

ଫେରିବି ମୁଁ ହାତେ ନେଇ ବିଜୟ,

ନହେଲେ ଫେରିବ ମୋ ମୃତ୍ୟୁ କାହାଣୀ,

ଘୋଡାଇ ମା ର ପଣତ କାନି।।


ସମ୍ପତ୍ତି କହିଲେ ଦେଶ ଅଟେ ମୋର,

ମୋ ଜୀବନ ନୁହେଁ ଦେଶ ଠାରୁ ବଡ଼।

ସବୁ ସମ୍ପର୍କ,ସବୁ ଆତ୍ମୀୟତା,

ଠାରୁ ଉଚ୍ଚ ମୋର ମାତୃଭୂମି ର ମମତା।

ଯୁଦ୍ଧ ସହ ଖେଳେ,ଶତ୍ରୁ କରେ ଭୟ।

ମୁଁ ସୈନିକ,ସୈନିକ ମୋ ପରିଚୟ।।


~अVषेK


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational