STORYMIRROR

Abhisek Das

Others

3  

Abhisek Das

Others

ତୁମେ

ତୁମେ

1 min
9.2K


ଅଦୃଷ୍ଟର କେଉଁ ଶକ୍ତି ବଳେ ହୋଇଥିଲ ତୁମେ ଦେଖା,

ଇଚ୍ଛା ନଥିଲେ ବି ପ୍ରେମରେ ତୁମର ବନ୍ଦୀ ମୋ ଜୀବନ ରେଖା।

ମୋ ଅତୀତ, ବର୍ତ୍ତମାନ, ଭବିଷ୍ୟତର ନାୟିକା,

ମୃତ୍ୟୁ କ୍ଷଣ ଯାଏଁ ଜୀବନ୍ତ ଥାଉ ତୁମ ଅଭିନୟ ସ୍ମୃତିରେଖା।।


ଥିଲି ମୁଁ ଏକାକୀ, ନିସଂଗ ସମୟ, ପାଇଥିଲି ପ୍ରେମ କଷ୍ଟ

ମୋ ମନ, ଶରୀର, ଜୀବନ ମୋହର ହୋଇଆସୁଥିଲା ମୃତ।

ତୁମ ସ୍ପର୍ଶ ରେ ନୂତନ ଜୀବନ ପାଇଲା ଏ ମୃତ ଆତ୍ମା,

ତୁମେ ମୋର ଦେବୀ, ତୁମେ ମୋ ଇଶ୍ୱରୀ,ମୋ ପ୍ରାଣ ପ୍ରତିଷ୍ଠାତା।।


ତୁମେ ମୋ ଜୀବନ ମାଧୂର୍ଯ୍ୟ ,ତୁମେ ମୋ ଜୀବନ କଳ୍ପନା।

ମୋ ପ୍ରାଣ ରେ ଆତ୍ମା ତୁମେ,ମୋ ସ୍ୱପ୍ନର ଜୋଛନା।

ଥିଲି ମୁଁ ଅଚିହ୍ନା,ଆଜି ମୁଁ ଅଂଶ ତୁମ ଜୀବନ ପରିଧିରେ

ତୁମ ହୃଦୟର ଅଗ୍ନି ଶିଖା, ମୋ ଛାତି ତଳେ ଜଳେ।।


ତୁମର ଅଧର ନୟନ ବଦନ ସୁଗଠିତ ବକ୍ଷ ଧାରା,

ତୁମେ ତ ହେଉଛ ବାସର ଚହଟ ସ୍ବପ୍ନର ମଧୁଝରା।

ହେ! ମୋ ରକ୍ତର ସୁଶିତଳ ଜଳ

ହାତରେ ଧରିଛ ମୋ ଜୀବନ କଳ,

ସଜାଡ଼ି ପାରିବା ଏହାକୁ କି ପରା!!!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍