STORYMIRROR

Abhisek Das

Others

3  

Abhisek Das

Others

ମା'

ମା'

1 min
121

କ୍ଷୁଦ୍ର କୋଷ ରୁ ସମ୍ପୂର୍ଣ୍ଣ ଶରୀର

ପାଇଲା ଯାଏ ତା କୋକ୍ଷରେ,

ଗଢ଼େ ସେ ନୂତନ ଶରୀର ଅଂଶ

ନିଜ ହାଡ଼ ମାଂସ ରକ୍ତରେ,

ଜନମ ପାଇଲା ପରେ ବି ସେ

ଜାବୁଡ଼ି ଧରେ ତା ବକ୍ଷରେ,

ବଞ୍ଚାଇ ରଖେ ସେ ନବ କଳିକା କୁ,

ପିଆଇ ଅମୃତ ରସରେ।

ତୁଚ୍ଛ କରେ ନିଜ ରୂପ ଯୌବନ କୁ,

ପଟାନ୍ତର ନାହିଁ ସେ ତ୍ୟାଗରେ।

ସୃଜେ ସେ ଆଗାମୀ କାଲିର ପୃଥିବୀ,

ତ୍ୟାଜି ନିଜ ସୁଖ ଭୋଗରେ।


ଶବ୍ଦ ହୀନ ମୁଁ ତୋ ବର୍ଣ୍ଣନା ରେ ମା,

ତୋ ନିସ୍ୱାର୍ଥ ପ୍ରେମ ଆଗରେ,

ତୁହି ଦେବୀ,ତୁହି ତ୍ୟାଗୀ, ତୁହି ମୋ ରକ୍ଷାକର୍ତ୍ତୀ

ତୋ ପଣତ ତଳେ ମୋ ନିଡର ପୃଥିବୀ,

ତୁ ମମତା ମୟୀ ମା' ।।


~अVषेK


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍