STORYMIRROR

Abhisek Das

Others

3  

Abhisek Das

Others

ସ୍ଵୀକାରୋକ୍ତି

ସ୍ଵୀକାରୋକ୍ତି

1 min
14.1K


କ୍ଷୁଦ୍ର ମଣିଷ ମୁଁ ଜୀବନ ମୋହର,ମାତ୍ର କିଛି ଦିନ,

ସାଇତି ରଖିଛି ମୋ ଜୀବନ ଅନୁଭୂତି ପ୍ରତିଦିନ।

କେତେ ବର୍ଷ ମାସ କେତେ ଦିନ ଦଣ୍ଡ ଯାଇଛି ବିତି ଏ ଜୀବନେ,

କେତେ ପାଇଛି ମୁଁ କେତେ ହରେଇଛି ଅନୁଭୂତି ମୋର ଜାଣେ।।


ପ୍ରତି ମୁହୂର୍ତ୍ତ ମୋ ବିତି ଯାଇ ଅଛି ନିଜ ସ୍ଵାର୍ଥ ଦେଖି ଦେଖି,

କେହି ନ ଜାଣିଲେ ବି ଜାଣିଛି ମୁଁ, ମୋ ହୃଦୟ ପରକ୍ଷି।

କରେ ସ୍ଵୀକାରୋକ୍ତି ହେ ଈଶ୍ୱର!ମୁକ୍ତି ଦିଅ ଆଜି ମୋତେ

ପ୍ରତ୍ୟେକ ପାପର କ୍ଷମା ଥାଏ,କ୍ଷମା କର ଆଜି ମୋତେ।।


ମୋ ପାପୀ ହୃଦୟରେ ତୁମେ! ରୁଦ୍ର ତାଣ୍ଡବ କର,

ମୋ ସୁପ୍ତ ଆତ୍ମାରେ ତୁମେ! ପୁନର୍ଜୀବନ୍ୟାସ ଭର।

ହେ ଶିବ! ଶବରେ ମୋହର ପ୍ରାଣ ସଞ୍ଚାର କର,

କର୍ମଯୋଗୀ ମୁଁ ଜୀବନ କର୍ମ,ଧର୍ମ ଅଟେ ମୋର।।


ଜାଣେନା ମୁଁ ପାପ ପୁଣ୍ୟ ର ପ୍ରଭେଦ,ଏତିକି ଜାଣେ ମୋ ମନ।

ସକଳ ସୃଷ୍ଟି ର କଲ୍ୟାଣ ହେଉ,ସର୍ବେ ଭବନ୍ତୁ ସୁଖୀନଃ।।


Rate this content
Log in