STORYMIRROR

Abhisek Das

Others

1.6  

Abhisek Das

Others

ବନ୍ଧୁ ପାଇଁ ଦିନଟିଏ

ବନ୍ଧୁ ପାଇଁ ଦିନଟିଏ

1 min
13.6K


ସ୍ବାର୍ଥର ଯୁଗରେ

କାମନା ମୋହରେ

ମଣିଷ ଯାଏ ଭାସି ଭାସି,

ମିଳେନି ତୃପ୍ତି

ମନରେ ଶାନ୍ତି

ବିଭୋର ହୁଏ ସ୍ବପ୍ନ ଦେଖି।


ନିଜ ଉନ୍ନତିର ସ୍ବପ୍ନ ଦେଖୁଥାଏ,

ତଥାପି ବି ପାଳେ

ବନ୍ଧୁ ପାଇଁ ଦିନଟିଏ।।



କାହିଁ ସେ ବନ୍ଧୁତା

କାହିଁ ନିବିଡ଼ତା

ଆତ୍ମ କେନ୍ଦ୍ରିକ ମଣିଷ,

ପାଏ ନା ସେ ସୁଖ

ସେ ଆତ୍ମୀୟତା

ବିବଶ ଲାଗେ ଏ ଦିବସ।


ଜୀବନ ତ ଅଧା ବାଟଟିଏ

ତଥାପି ବି ଆସେ,

ବନ୍ଧୁ ପାଇଁ ଦିନଟିଏ।।


~अVषेK


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍