The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Abhisek Das

Action Classics Inspirational

3.0  

Abhisek Das

Action Classics Inspirational

ହିନ୍ଦୁ ମୋ ପରିଚୟ

ହିନ୍ଦୁ ମୋ ପରିଚୟ

2 mins
106



ମୁଁ ଶଙ୍କରଙ୍କ କ୍ରୋଧାନ୍ୱଳ ,କରେ ଭୀଷଣ ସଂହାର,

ମୁଁ ଡମ୍ବରୁ ର ବ୍ରହ୍ମ ନାଦ ,ଭରେ ମନେ ଭୀତି ସଞ୍ଚାର।

ରଣ ଚଣ୍ଡୀ ଙ୍କ ଅତୃପ୍ତ ତୃଷ୍ଣା ମୁଁ,ଦୁର୍ଗାଙ୍କ ଅଟ୍ଟ ହାସ୍ୟ,

ଭୟଂକର ଯମ ର ଚିତ୍କାର ମୁଁ, ମୃତ୍ୟୁ ର ଅତି ପାସ୍ୟ।

ଅନ୍ତରାତ୍ମା ର ଜ୍ୱଳନ୍ତ ବହ୍ନି ରେ,

ପାରିବି ଲଗାଇ ନିଆଁ ସାରା ଧରିତ୍ରୀ ରେ।

ଥରିବ ବସୁଧା,ତା ସହ ଜଳ ସ୍ଥଳ ଅମ୍ବର।

ହୁଅନି ଆଶ୍ଚର୍ଯ୍ୟ,ମୁଁ ହିନ୍ଦୁ,ହିନ୍ଦୁ ମୋ ପରିଚୟ।।


ଈଶ୍ୱର ଙ୍କ ଠାରୁ ଆଜି ମୁଁ ପାଇଛି ଅଭୟ ଆଶୀର୍ବାଦ,

ଅମର ମୁଁ ଆଜି ବିଷ ପିଇ, ଚାଖିଚି ବିଷ ର ସ୍ଵାଦ।

ଅନ୍ଧାର ତୃଷ୍ଣା କୁ ଲିଭାଇ ମୁଁ ପିଇଛି ଅଗ୍ନି ପ୍ରଖର,

ଭସ୍ମ ହୋଇ ଯାଇଥାନ୍ତା,ଯାହାକୁ ଛୁଈଁ ଏ ସଂସାର।

ଭୟରେ ବ୍ୟାକୁଳ ଏ ଦୁନିଆ,

ଦେଇଛି ନୀଳକଣ୍ଠ ନାରାୟଣ ମୋ ନାଁ।

ପୂଜା ପାଏ ମୁଁ, ନାହିଁ ଏଥିରେ ସଂଶୟ।

ହୁଅନି ଆଶ୍ଚର୍ଯ୍ୟ,ମୁଁ ହିନ୍ଦୁ,ହିନ୍ଦୁ ମୋ ପରିଚୟ।।


ମୁଁ ହୋଇଛି ବିଶ୍ଵଗୁରୁ,ଦେଇଛି ବିଶ୍ଵ କୁ ଅନେକ ଦାନ,

ମୁଁ ଦେଖେଇଛି ମୁକ୍ତି ମାର୍ଗ,ମୁଁ ସିଖେଇଛି ବ୍ରହ୍ମ ଜ୍ଞାନ।

ମୋ ବେଦ ର ଜ୍ଞାନ ଅପାର,ମୋ ବେଦର ଜ୍ୟୋତି ପ୍ରଖର,

ମଣିଷ ମନର ଅନ୍ତ ଅନ୍ଧକାର,କେବେ ଦେଖିଛ କି ତାର ଆକାର?

ମୋ ଜ୍ଞାନର ଦୀପ୍ତିମନ୍ତ ଆଭା, 

ପ୍ରସ୍ଫୁଟିତ ହୁଏ ଗଭୀର ସମୁଦ୍ର ମଧ୍ୟରୁ।

କରେ ମୁଁ ପୃଥିବୀର କୋଣ ଅନୁକୋଣ ସ୍ୱର୍ଣିମମୟ,

ହୁଅନି ଆଶ୍ଚର୍ଯ୍ୟ,ମୁଁ ହିନ୍ଦୁ,ହିନ୍ଦୁ ମୋ ପରିଚୟ।।


ଅନ୍ଧାର ଆଚ୍ଛାଦିତ ଜଗତରେ ମୁଁ ବିଚ୍ଛୁରିତ କଲି ମୋ ପ୍ରକାଶ,

ଅଖିଳ ବ୍ରହ୍ମାଣ୍ତ ରଚନା କରି ବିନାଶ କେବେ ଚାହେଁ କି ନିଜ ବିକାଶ,

ଶରଣାଗତ ର ଜୀବନ ରଖିଛି ଦେଇ ମୁଁ ନିଜ ଜୀବନ,

ବିଶ୍ୱାସ ନଥିଲେ ସାକ୍ଷୀ ଅଛି ଇତିହାସ ର ପ୍ରତି ପନ୍ନ,

ଯଦି ଆଜି ଭଗ୍ନସ୍ତୁପ ସହସ୍ରାବ୍ଦୀ ର ନିଦ୍ରା ରୁ ହୋଇ ଜାଗ୍ରତ,

ଗୁଞ୍ଜରଣ କରି ବଖାଣିବ , ହିନ୍ଦୁ ଙ୍କ ବିଜୟଗାଥାର ଗତିପଥ,

ହୁଅନି ଆଶ୍ଚର୍ଯ୍ୟ, ମୁଁ ହିନ୍ଦୁ, ହିନ୍ଦୁ ମୋ ପରିଚୟ।।


ଯେବେ ଯେବେ ମଣିଷ ଝୁଣ୍ଟିଛି ଦୁନିଆ ର ଦୁର୍ଗମ ପଥ ରେ,

ଖାଲି ଶେଷ ଦୁଇ ବୁନ୍ଦା ଲୁହ ବାକି ଅଛି ,ହରାଇ ସାରିଛି ସବୁ ନିଜ ଅସ୍ତିତ୍ଵ ରେ,

ମୁଁ ଆସିଛି ନେଇ ଜ୍ଞାନ ଅସରନ୍ତି ଆଶା ଆକାଂକ୍ଷା ର,

ସୁପ୍ତ ମଣିଷ ହୋଇ ଜାଗ୍ରତ ଦେଖିଛି ସ୍ବପ୍ନ ପୁନରୁତ୍ଥାନ ର।

ଦୀର୍ଘପଥ ର ପଥିକ ଯଦି ଯାଇଛି ଥକି ଅଧା ରାସ୍ତା ରେ 

କରିଛି ମୁଁ ଦୃଢ଼ ନିଶ୍ଚୟ ହେବି ମୁଁ ତା ମାର୍ଗ ଦର୍ଶକ

ହୁଅନି ଆଶ୍ଚର୍ଯ୍ୟ, ମୁଁ ହିନ୍ଦୁ ,ହିନ୍ଦୁ ମୋ ପରିଚୟ।।


ନିଜ ହୃଦୟ ରକ୍ତ ପିଆଈ ମୁଁ ପାଳିଛି ଅନେକ ବିଦେଶୀ ଜନ

ଦେଖିନି ମୁଁ କେବେ ପ୍ରଭେଦ, ହୃଦୟ ମୋର ବର ଠୁ ବିଶାଳ।

ସବୁଥିରୁ ବଞ୍ଚିତ ଜନ ଙ୍କ ପାଇଁ ଖୋଲା ମୋ ଦ୍ଵାର,

ସବୁକିଛି ହରାଇ ଆଜି ବି ଅକ୍ଷୟ ମୋ ରତ୍ନ ଭଣ୍ଡାର

ମୋ ଅମୂଲ୍ୟ ରତ୍ନ ରେ ତେଜୀୟାନ୍ ତାଙ୍କ ରାଜମୁକୁଟ,

କାଲି ଯଦି ଏହି ଚରଣ ରେ ହୁଏ ମଥାନତ ସେଇ ମୁକୁଟ

ହୁଅନି ଆଶ୍ଚର୍ଯ୍ୟ, ମୁଁ ହିନ୍ଦୁ, ହିନ୍ଦୁ ମୋ ପରିଚୟ।।


ମୁଁ ବୀରପୁତ୍ର ମୋ ଜନନୀ ର ସତୀତ୍ଵ ଅପାର,

ତାର ଇତି କଥା ଆକବର ଙ୍କ ବଂଶଧର ଙ୍କୁ ପଚାର।

କଣ ମନେ ଅଛି ସେମାନଙ୍କର ଚିତ୍ତୋର ଦୁର୍ଗ ରେ ଜଳୁଥିବା ଅଗ୍ନି ପ୍ରଖର??

ହାୟ! ତିଳତିଳ କରି ଅଗ୍ନିରେ ଜଳିଥିବା ସହସ୍ର ମାତା ଙ୍କ ଆର୍ତ୍ତ ଚିତ୍କାର ଆଜି ବି ଅମର।

ସେ ନିଆଁ ଆଜି ବି ଅଲିଭା ,ମୋ ପ୍ରତି ଶିରା ପ୍ରଶିରା ରେ ସମାହିତ।

ଯଦି କେବେ ସେ ସୁପ୍ତ ସ୍ଫୁଲିଙ୍ଗ ବିପ୍ଳବ ହୁଏ ତ,

ହୁଅନି ଆଶ୍ଚର୍ଯ୍ୟ,ମୁଁ ହିନ୍ଦୁ, ହିନ୍ଦୁ ମୋ ପରିଚୟ।।



ମୁଁ ନିଜେ ସ୍ଵତନ୍ତ୍ର,ଚାହେଁନି କେବେ କରିବାକୁ କାହାକୁ ଦାସ,

ମୁଁ ଶିଖେଇଛି ସଭିଙ୍କୁ କରିବାକୁ ନିଜ ମନକୁ ବଶ।

ରାମ କୃଷ୍ଣ ଙ୍କ ନାମ ରେ କେବେ ମୁଁ କରିଛି ଅତ୍ୟାଚାର?

କେବେ ପୃଥିବୀକୁ ହିନ୍ଦୁ ରୂପାନ୍ତରଣ ପାଇଁ କରିଛି ନରସଂହାର?

କେହି କହିବ କି କାବୁଲ କୁ ଯାଇ ଭାଙ୍ଗିଛି ମୁଁ କେତେ ମସଜିଦ?

ଜିତିନି ଭୂଭାଗ,ଜିତିଛି ମୁଁ ଲକ୍ଷ ଲକ୍ଷ ହୃଦୟ।

ହୁଅନି ଆଶ୍ଚର୍ଯ୍ୟ, ମୁଁ ହିନ୍ଦୁ, ହିନ୍ଦୁ ମୋ ପରିଚୟ।।


ମୁଁ ଏକ ବିନ୍ଦୁ,ପରିପୂର୍ଣ୍ଣ ସିନ୍ଧୁ,ଏହା ମୋର ହିନ୍ଦୁ ସମାଜ।

ମୋର ତାର ସମ୍ଭନ୍ଧ ଅମର,ମୁଁ ବ୍ୟକ୍ତି ସେ ସମାଜ।

ତା ଠୁ ମୁଁ ପାଇଛି ଶରୀର ମନ, ତା ଠୁ ମୁଁ ପାଇଛି ମୋ ଜୀବନ,

ମୋର ତ ବାସ ଏତିକି କର୍ତ୍ତବ୍ୟ,ସବୁକିଛି ସମର୍ପଣ।

ମୁଁ ତା ସେବକ ,ମୁଁ ତା କର୍ମୀ,ତା ରକ୍ଷା ପାଇଁ

କରି ପାରିବି ମୁଁ ବଳିଦାନ ହୋଇ ନିର୍ଭୟ।

ହୁଅନି ଆଶ୍ଚର୍ଯ୍ୟ,ମୁଁ ହିନ୍ଦୁ,ହିନ୍ଦୁ ମୋ ପରିଚୟ।।


Rate this content
Log in

Similar oriya poem from Action