Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Abhisek Das

Inspirational

2  

Abhisek Das

Inspirational

ଶୁଭ ସକାଳ

ଶୁଭ ସକାଳ

1 min
8.3K


ସକାଳର ଶୁଭ୍ର ମନ୍ତ୍ରଧ୍ୱନି

ଭରିଲା ନୂଆ ଜୀବନ।

ରାତ୍ରିର କାଳିମା ଅନ୍ଧାରକୁ ଭେଦି

ଭରିଲା ଆଶା ଉନ୍ମାଦନ।


ହେ ରବି!ତୁମ ରକ୍ତିମ ଆଭାରେ

ପବିତ୍ର କର ଏ ପୃଥିବୀ,

ଦେହେ ବଳ ବୀର୍ଯ୍ୟ ପ୍ରବାହିତ ହେଉ

ନିର୍ବିକାରେ କରି ଯିବି।


ସତ୍ୟ ଧର୍ମ ନ୍ୟାୟ ନିୟମରେ

ନିରନ୍ତର ଚାଲୁଥାଉ,

ସଭିଙ୍କ ହୃଦୟ ଆତ୍ମା ର ଆଜି

ପୁନର୍ଜୀବନ୍ୟାସ ହେଉ।


ଅଧର୍ମ କୁ ଭେଦି ଧର୍ମ ଏ ଜଗତେ

ନବ ସାମ୍ରାଜ୍ୟ ଦେଉ,

ଆମ କ୍ଷୁଦ୍ର କରେ ନୂତନ ପୃଥିବୀ

ଅଭ୍ୟୁଦୟ ଆଜି ହେଉ।


ଉଠ ଉଠ ବେଗେ ନକରି ମଠ

ଭବିଷ୍ୟତ ସୂତ୍ରଧାର,

ହୃଦୟର ଏଇ ନିଭୃତ କୋଣରୁ

ସଭିଙ୍କୁ ଶୁଭ ସକାଳ🌅


~अVषेK


Rate this content
Log in

Similar oriya poem from Inspirational