STORYMIRROR

Baikunth Bihari Swain

Tragedy

4  

Baikunth Bihari Swain

Tragedy

ସୈନିକ

ସୈନିକ

1 min
221


ସୀମା ଜଗିଛି ଗୁଳି ଗୋଳା ନେ଼ଇ

    ହୃଦୟେ ଭୟ ମୋ ନାହିଁ।

ଭାରତ ମାତା ର ବୀର ସୈନିକ

     କେବେ ହାରିଯିବି ନାହିଁ।


ବରଫ ଝଡ଼ ଧୁଳି ଝଡେ ଖେଳି

     ବଙ୍କରେ ରହିଛି ଚାହିଁ।

ସନ୍ତ୍ରାସ୍ ବାଦ ବିଲୋପ କରିବି 

     ଶପଥ ନେଇଛି ମୁହିଁ।


ହୋଇ ଥାଉ ବନ୍ୟା ବା ଘର ପୋଡ଼ି

         ସବୁଠି ପହଞ୍ଚି ଥାଏ।

ଭୂମିକମ୍ପ ବାତ୍ୟା ଦୁର୍ବିପାକ ରେ

         ସାହାଯ୍ୟ ହସ୍ତ ବଢ଼ାଏ।


କାର୍ଗିଲ ଯୁଦ୍ଧେ ଯୋଗ ଦେଇ ଅଛି

      ଦେଖାଇଛି ପରାକ୍ରମ।

ଶତ୍ରୁ ସୈନିକ ନିପାତ କରିଛି

      ରଖିଛି ଦେଶର ମାନ।


କେତେ ସାଥି ମୋର ସହିଦ ହେଲେ

    ମୋ ଦେଶ ମୋ ଜାତି ପାଇଁ ।

ଯନ୍ତ୍ରଣା ଏବେ ଛାତିରେ ଜଳୁଛି

     ଜଳୁଛି ଲିଭିବ ନାହିଁ।


ଶ୍ରୀଲଙ୍କା ହେଉ କି ଅବା ଆଫ୍ରିକା

     ଶାନ୍ତି ସେନା ସାଜି ଯାଏ।

ମୋ ଦେଶ ସଂସ୍କୃତି କଳା ସ୍ଥାପତ୍ୟ

      ସବୁ ଠାରେ ବାଣ୍ଟି ଥାଏ।


ପିତା ମାତା ଘର ଘରଣୀ ମୋର

     ରହିଲେ ଅନେକ ଦୂର।

ଜନ ସମ୍ପଦର ସୁରକ୍ଷା ପାଇଁ

     କରି ଅଛି ସବୁ ପର।

  

 ଆସରେ ଆସରେ ନବ ଯୁବକ

     ମୋ ସାଥେ ଯୋଗ ଦିଅ।

ଭାରତ ମାତା ଗାରିମା ବଢାଇ

     ଶତ୍ରୁ ହୃଦେ ଦେବା କୋହ।

   

       


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy