STORYMIRROR

ବିଷ୍ଣୁ ପ୍ରସାଦ ମିଶ୍ର & Bishnu Prasada Mishra

Inspirational

2  

ବିଷ୍ଣୁ ପ୍ରସାଦ ମିଶ୍ର & Bishnu Prasada Mishra

Inspirational

ସୈନିକ

ସୈନିକ

1 min
14K


"ସୈନିକ" ସିଏ, ଦୈନିକ ଯିଏ

ଜାଗରତ ହିତକାରୀ,

କର୍ମେ ତତ୍ପର, ଦମ୍ଭ ମନର,

ଦେଶ ପ୍ରୀତି, ଶତ୍ରୁ ବୈରୀ।

କର୍ମମୟର ଆଶ୍ରିତ ସାଜି

ଧର୍ମ ଭୂମିର ବକ୍ଷେ,

ରକ୍ତ ରଞ୍ଜିତେ ଭୟ ନାହିଁ ତାର

ଶତ୍ରୁ ସଂହାର ଲକ୍ଷେ।

କକ୍ଷା ନ ବହି ଜୀବନ ନାଟକେ

ଦୀକ୍ଷାକୁ ନେଇ ଦର୍ପେ,

ଦଳିତ ନ କରେ ମାତୃଭୂମିକୁ

ଲକ୍ଷ ତା "ଶତ୍ରୁର କୋପେ।

ଇଜ୍ଜତ ଯା’ର ଶେଷ ଲହୁ ଟିକ

ସଜ୍ଜିତ ଦିନ ରାତି,

ବର୍ବର ହସ୍ତେ ଟେକି ନ ଦିଏ ସେ

ମାତୃଭୂମିର ଖ୍ୟାତି।

"ନିୟମ ବନ୍ଦୀ" ସେ କର୍ତ୍ତବ୍ୟ ରତ

ଉଜାଗର ସଜାଗରେ,

ପଦ କାଟିଦିଏ ରକ୍ତ ରଞ୍ଜାଏ

ନିଜ ଦେଶ ଶତ୍ରୁତାରେ।

ଜାଣେନାହିଁ ସିନା ପ୍ରୀତିର ପରଶ

ମମତାର ମିଠା ହସ,

ସ୍ନେହରୁ ବଞ୍ଚିତ ସ୍ଵପ୍ନ ଲୋପିତ

ନିତ୍ୟ ଯା’ ବନବାସ।

ନାହିଁ ଦିନ, ରାତି, ଖରା ଓ ବରଷା

ଶିତ, ଭୀତ, ମନେ ତିଳେ,

"ମାଟି ମା" ପାଇଁ ମାଟିରେ ମିଶିବା

ମାରିବା ମରିବା ଛଳେ।

"ମାଟି ମାଆ" ପାଇଁ ଲକ୍ଷ୍ୟ ଯା ଥାଇ

ଭାବି ଦେଶବାସୀ ଭାଇ,

"ସୈନିକ" ସିଏ ଦୈନିକ ନମନ

ଏହି "ମାତୃଭୂମି" ପାଇଁ।

ଜୟ ଜବାନ୍ ଜୟ କିଷାନ,

ଭାରତ ମାତାଙ୍କ ଯୋଗ୍ୟ ସନ୍ତାନ।

ବିଷ୍ଣୁ ପ୍ରସାଦ ମିଶ୍ର

କୋରାପୁଟ

9124049129


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational