STORYMIRROR

kahnu charan sahu

Abstract

2  

kahnu charan sahu

Abstract

ସାଥିରେ ( ଏକ )

ସାଥିରେ ( ଏକ )

1 min
259

ତୁ ଆସିଥିଲୁ

ମୋ ଶୀତ ସକାଳର

କାକର ଭିଜା ସାଏରୀ ଟିଏ ହୋଇ


ହୃଦୟରେ

ଲୁଚିଥିବା ଅନେକ ବ୍ୟଥାକୁ

ନିଜର କରିବା ପାଇଁ


ତୁ ଆସିଥିଲୁ

ମୋ ଗାଁ ବଣ ବସନ୍ତରେ

କୋଇଲିର କୁହୁତାନ ହୋଇ


ମଧୁର ମୂର୍ଚ୍ଚନାରେ

ଦରଦୀ ହୃଦୟର ଦରଦକୁ

ଅବସାନ କରିବା ପାଇଁ


ତୁ ଆସିଥିଲୁ

ଆଦ୍ୟ ଆଷାଢ଼ରେ

ପହିଲି ବର୍ଷାର ଛିଟା ହୋଇ


କ୍ଳାନ୍ତ ମନକୁ

ବର୍ଷା ଭିଜା ମାଟିର ମହକେ

ଜାଗ୍ରତ କରିବା ପାଇଁ


ତୁ ଆସିଥିଲୁ

ଅସହ୍ୟ ଗ୍ରୀଷ୍ମର

ଝାଂଜି ପବନ ହୋଇ


ମୋ ଶରୀରେ ଭର୍ତ୍ତି

ପାପ, ଅଂହାକାର, ଗର୍ବକୁ

ଝାଳେ ବୁହେଇଦେବା ପାଇଁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract