ସାଥିରେ ( ଏକ )
ସାଥିରେ ( ଏକ )
ତୁ ଆସିଥିଲୁ
ମୋ ଶୀତ ସକାଳର
କାକର ଭିଜା ସାଏରୀ ଟିଏ ହୋଇ
ହୃଦୟରେ
ଲୁଚିଥିବା ଅନେକ ବ୍ୟଥାକୁ
ନିଜର କରିବା ପାଇଁ
ତୁ ଆସିଥିଲୁ
ମୋ ଗାଁ ବଣ ବସନ୍ତରେ
କୋଇଲିର କୁହୁତାନ ହୋଇ
ମଧୁର ମୂର୍ଚ୍ଚନାରେ
ଦରଦୀ ହୃଦୟର ଦରଦକୁ
ଅବସାନ କରିବା ପାଇଁ
ତୁ ଆସିଥିଲୁ
ଆଦ୍ୟ ଆଷାଢ଼ରେ
ପହିଲି ବର୍ଷାର ଛିଟା ହୋଇ
କ୍ଳାନ୍ତ ମନକୁ
ବର୍ଷା ଭିଜା ମାଟିର ମହକେ
ଜାଗ୍ରତ କରିବା ପାଇଁ
ତୁ ଆସିଥିଲୁ
ଅସହ୍ୟ ଗ୍ରୀଷ୍ମର
ଝାଂଜି ପବନ ହୋଇ
ମୋ ଶରୀରେ ଭର୍ତ୍ତି
ପାପ, ଅଂହାକାର, ଗର୍ବକୁ
ଝାଳେ ବୁହେଇଦେବା ପାଇଁ
