STORYMIRROR

Sisir Kumar Samal

Romance

3  

Sisir Kumar Samal

Romance

ସାଥୀ ପାଇଁ ପଦେ

ସାଥୀ ପାଇଁ ପଦେ

1 min
11.8K

ସାଥୀ ପାଇଁ ପଦେ...


କବି ନୁହେଁ ମୁଁ ଯେ ଲେଖୁଛି କବିତା

‍‍‌‍‍‍‍‍‍‍ତୁମରୀ ଛବିକୁ ଚାହିଁ ,

ମୋ'ର ଏ କବିତା ହୃଦୟର ବ୍ୟଥା

‍‍‍‍‍‍‍‍‍ସାଥୀ ଯେ ତୁମରି ପାଇଁ ।।

କବିତାର ଧାରା ତୁମେ ସାଥୀ ପରା

‍‍‍‍‍‍‍‌‍‍ଏକଥା ଯିବନି ଭୁଲି ,

ଭୁଲି ଚାଲିଗଲେ ମୋର ଏ କବିତା

‍‍‍‍‍‍‍‍‍ଆଉ ଯେ ନଥିବ କାଲି ।।

ତୁମରି ସ୍ମୃତିକୁ ସଜାଇ ରଖିଛି

‍‍‍‍‍‍‍‍‌‍କବିତାର ଧାରେ ଧାରେ ,

ତୁମରି ଏ ସ୍ମୃତି ବଞ୍ଚାଇ ରଖିଛି

‍‍‍‍‍‍‍‍‍ମରଣ କି ମାରିପାରେ ।।

ଆସିଲେ ମରଣ କରିବି ବରଣ

‍‍‍‍‍‍‍‍‍ ଯିବିନି ତୁମକୁ ଭୁଲି ,

ସାରା ଦୁନିଆଁରେ କବିତା ମୋହର

‍‍‍‍‍‍‍‍‍ହସୁଥିବ ଖିଲି ଖିଲି ।।



Rate this content
Log in

Similar oriya poem from Romance