STORYMIRROR

Seetaram Dash

Romance Tragedy

3  

Seetaram Dash

Romance Tragedy

ସାଥି

ସାଥି

1 min
131


ମୋ ଆଖିରେ ଥିଲା ତୁମ ପ୍ରତିବିମ୍ବ,

   ହେଲେ ତମେ ପାରିଲନି ଦେଖି।

ତୁମେ ଚାଲିଗଲ ତୁମରି ବାଟରେ,

   ମୁଁ ଲୁହକୁ ପାରୁନି ରୋକି।


କହିବାକୁ ଥିଲା ଅନେକ କାହାଣୀ,

  ହେଲେ ତୁମେ ପାରିଲାନି ବୁଝି।

ହୃଦୟଟା ଆଜି ତୁମକୁ ଖୋଜୁଛି,

  ହେଲେ ନିଜେ ମୁଁ ଯାଇଛି ହଜି।


ଦିନରାତି ଖାଲି ସ୍ୱପ୍ନ ଦେଖୁଥିଲି,

  ସ୍ୱପ୍ନରେ ବି ଥିଲ ତୁମେ।

ବେଦନାରେ ମୋର ଜୀବନ ଭରିଲା,

    ମିଶି ପାରିଲେନି ଆମେ।


ବିଦାୟ ବେଳାରେ ତୁମେ ହସୁଥିଲ,

  ଗୋଲାପ ପାଖୁଡ଼ା ଭଳି।

ମାଶାଣୀ ବୁକୁରେ ପୋଡାକାଠ ମୁଁ ଯେ

  କେବେ ଠୁଁ ଯାଇଛି ଜଳି।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance