STORYMIRROR

Prabhati Mahapatra

Romance

2  

Prabhati Mahapatra

Romance

ସାତ ରଙ୍ଗ ଛୁଆଁ ମନ

ସାତ ରଙ୍ଗ ଛୁଆଁ ମନ

1 min
131

ମନ ମୋ ଖେଳୁଛି ସାତ ରଙ୍ଗେ ଦୋଳି

ତନୁ ସାଜେ ଇନ୍ଦ୍ରଧନୁ

ମନ ଛୁଇଁ ଯାଏ ଗଗନ ଛାତକୁ

ପାଇ ତା ପରଶ ରେଣୁ ।

ପଂଖ ଦୁଇ ମୋର ବାଇଗଣି ରଙ୍ଗ 

କଣ୍ଠ ମୋର ଘନନୀଳ

ନୀଳିିିମା ପରଶେ ଉଡଇ ହରଷେ

ନୀଳ ମୋ ଶରୀର ବଳ ।

ପ୍ରତି ଲୋମେ ଭରା ସବୁଜ ପ୍ରକୃତି

ହଳଦୀ ବଦନ ମୋର

ଓଠେ ଲାଲ୍ ହସ ହୁୁୁୁଏନା ଉଦାସ

ଭାବେନା କାହାକୁ ପର ।

ସୌନ୍ଦର୍ଯ୍ୟ ବଢାଏ ଶିର ଭୂଷଣ ମୋ

ନାରଙ୍ଗି ରଙ୍ଗର ପ୍ରଭା

ସାତ ରଙ୍ଗେ ଭରା ଅପୂର୍ବ ରୂପ ମୋ

ଯେହ୍ନେ ଇନ୍ଦ୍ରଧନୁ ଲୋଭା ।



Rate this content
Log in

Similar oriya poem from Romance