STORYMIRROR

Sunanda Mohanty

Abstract Inspirational Thriller

3  

Sunanda Mohanty

Abstract Inspirational Thriller

ସାତ ରଂଗ ଇନ୍ଦ୍ରଧନୁ

ସାତ ରଂଗ ଇନ୍ଦ୍ରଧନୁ

1 min
120

ଇନ୍ଦ୍ରଧନୁ ସେ ଇନ୍ଦ୍ର ମାରନ୍ତି ଶ୍ରାବଣୀ କୁ ଶର

ଅଜାଡେ ଜଳଧାର

ଶ୍ରାବଣୀ କନ୍ୟାସେ ପାଏ ସ୍ନେହ ଶ୍ରଦ୍ଧା ଉପହାର

କାଗଜ ଡଙ୍ଗା ଅପାର ।


ଶ୍ରାବଣୀ କନ୍ୟାର ବର୍ଷାଭିଜା ଦେହ ସୁନ୍ଦର

ସାତରଙ୍ଗ ସମାହାର

ଶ୍ରାବଣୀ କନ୍ୟାର ଦେହରେ ଅଳସ ମେଘ ବାରଣା

ରଂଗର ସାତସ୍ୱର ।


ଶ୍ରାବଣର ଶ୍ରାବଣୀ ବାନ୍ଧି ତାର ବେଣୀ

ସଜାଏ ସାତ ଫୁଲ ହାର

ତା ଦୁଇ ନୟନ ବରଷା ଓ ମେଘ ବଉଦ ଭିତରୁ

ଢାଳନ୍ତି ଜଳ ଧାର ।


ବିବର୍ଣ୍ଣ ପୃଥିବୀ ଲାଗଇ ସୁବର୍ଣ୍ଣ ଗହଣା

ହୀରା ଲୀଳା ମୋତି ହାର

ଶ୍ରାବଣୀ ଆସିଲେ ସାଧବ ବୋହୂର

ନାଲି ନାଲି ପାଟେ

ବୋଳି କେ ଦିଏ ଅତର

ଶ୍ରାବଣୀ କନ୍ୟା ହାତେ ଚାବି କାଠି ଋତୁ ରାଣୀର

 ପ୍ରକୃତି କୁ ଭରିବାକୁ ଶୋଭା ସମ୍ଭାର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract