STORYMIRROR

ଅରୁନ୍ଧତୀ ଜେନା

Inspirational Others

3  

ଅରୁନ୍ଧତୀ ଜେନା

Inspirational Others

ସ୍ଵାର୍ଥପରତାର ରଙ୍ଗୀନ ଚାଦର

ସ୍ଵାର୍ଥପରତାର ରଙ୍ଗୀନ ଚାଦର

1 min
220



ଜୀବନର ନିଚ୍ଛକ ସତ କଥାଟିଏ


ହୁଏତ ଅଭିଜ୍ଞତାରୁ ମିଳିଛି ,


ଆବଶ୍ୟକ ସମୟରେ ଆଦରଣୀୟ


ଅନ୍ୟଥା ଆମେ ନୋହୁଁ କିଛି ।


ବୋଧ ହୁଏ ସ୍ଵାର୍ଥପରତାର ଏଇ ରଙ୍ଗୀନ ଚାଦର


ଆମ ସମାଜକୁ ଢ଼ାଙ୍କିଛି


ଯାହାର ଜ୍ୱଳନ୍ତ ଉଦାହରଣରେ ଵୃଦ୍ଧାଶ୍ରମ


ମୁକସାକ୍ଷୀ ଭାବେ ଦଣ୍ଡାୟମାନ ଅଛି ।


ହଜାର ହଜାର ପ୍ରଶଂସକ ମଧ୍ୟରେ ବି


ନିନ୍ଦା କରୁଥିବା ଲୋକଙ୍କର ଅଭାବ ନାହିଁ ,


ତଥାପି ବି ଜୀବନର ଗତିପଥର ବେଗକୁ


ଲଗାମ ଦେବାର ଅନାବଶ୍ୟକ ସେ ପ୍ରୟାସକୁ


ପ୍ରଶୟ ଦେବାର ନାହିଁ ।


ଏଇ ମୂଲ୍ୟବାନ ଜୀବନକୁ ରକ୍ତାକ୍ତ କରିବା ପାଇଁ


ଷଡଯନ୍ତ୍ରର ରଚନା ତା ସୁନିଶ୍ଚିତ ,


ଏତେ ସବୁ ଚକ୍ରାନ୍ତ ର ନାଗଫାଶରୁ


ନିଜକୁ କରି ଦିଅ ମୁକ୍ତ ।


ଜୀବନର ନିଚ୍ଛକ ସତ କଥାଟିଏ....।



Rate this content
Log in

Similar oriya poem from Inspirational