STORYMIRROR

KRUTIBAS NAYAK

Inspirational Others

2  

KRUTIBAS NAYAK

Inspirational Others

ସ୍ଵାର୍ଥପର

ସ୍ଵାର୍ଥପର

1 min
93


ସବୁ ଚାହୁଛନ୍ତି ସକଳ ଦରବ ମୂଲ୍ୟ ଶସ୍ତା ହେଇଯାଉ,

ଆମ ରୋଜଗାର ଦରମା ମଜୁରି ନିତିନିତି ବଢୁଥାଉ |


ସବୁ ଚାହୁଛନ୍ତି ମୋର ପରିବାର କେବଳ ପାଆନ୍ତୁ ସୁଖ,

ସବୁଠୁଁ ଆଗରେ ଯିବି ମୁଁ ବାଗରେ ପାଇଲେ ପାଉ କେ ଦୁଃଖ |


ସବୁ ଚାହୁଛନ୍ତି ସବୁଠାରୁ ଉଚ୍ଚାକୋଠା ହେଇଥାଉ ମୋର,

ସେ ଘର ଉପରେ ନହେଉ ଚଢାଉ ନପଶୁ ସେ ଘରେ ଚୋର |


ସବୁ ଚାହୁଛନ୍ତି ସବୁଦିନ ପାଇଁ ନିରୋଗ ରହିବି ମୁହିଁ,

ଯେତେ ସବୁଭଲ ଦାମୀ-ନାମୀ ଚିଜ ଭୋଗିବି ଅମର ହୋଇ |


ସବୁ ଚାହୁଛନ୍ତି ମୋ କଥାକୁ ଶୁଣି ସମସ୍ତେ ମାରନ୍ତୁ ତାଳି,

ଆଉ କିଏ ଭଲ କହୁ ବା ନକହୁ ତାକୁ ମିଳୁଥାଉ ଗାଳି |


ବିପଦେ ଆପଦେ କଉଶଳ କ୍ରମେ ଯାଉଥିବି ସଦା ଖସି,

ଅଡୁଆ ଝମେଲା କରୁଥିବି ସିନା ଆଉ କିଏ ଯାଉ ଫସି |



Rate this content
Log in

Similar oriya poem from Inspirational