ସାର୍ବଭୌମ ତ୍ରୀରଙ୍ଗା
ସାର୍ବଭୌମ ତ୍ରୀରଙ୍ଗା
ମନରେ ଆସେ ଘୋର ଅବଶୋଷ
ଦେଖି ନକଲି ଲୁହ ଓ ପ୍ଲାଷ୍ଟିକ ହସ
ସଭ୍ୟ ମଣିଷର ଭଦ୍ର ମୁଖା ତଳେ
ଲୁଚିଥିବା ନାରକୀୟ ନାଟକୀୟ ବଦଭ୍ୟାସ
ବାରମ୍ଵାର ଭେଟଘାଟ ହେଲେ
ଲାଗେ ମାନବଜାତିର ହେଲା ସତ୍ୟାନାଶ ।
ଆଗରୁ ଷ୍ଟେସନ୍ ଛାଡିବାକୁ ଯାଉଥିଲେ ଦଳେ
ବିଦାୟ ନେଉ ନେଉ
ଶୁଭ ଯାତ୍ରା କହୁ କହୁ
ପାଦରେ ମୁଣ୍ଡିଆ ଥୋଉ ଥୋଉ
ଟ୍ରେନ୍ ଝରକା ପାଖରେ ହାତ ହଲଉ ହଲଉ
ଆଖିରେ ଆଖି ମିଶିଗଲେ
ଆଖି କୋଣରେ ମୋତିର ଦସ୍ତକ ଆସୁଥାଏ ବଳେ ବଳେ ।
ଆଶ୍ଚର୍ଯ୍ୟ ଆଜିକାଲି
ମୃତ୍ୟୁ ଖବର ପାଇ ପାଖ ପଡ଼ିଶା ମୂକସାକ୍ଷୀ
ଶ୍ମଶାନରେ ବି ଭିଜୁନି ସଂପର୍କୀୟ ଆଖି
ବିନା ନାଲିପାଣିରେ ସାହି ଟୋକା ଦଳ
ଶବବାହକ ଶବଦାହକ
ମାଗନ୍ତି ଟଙ୍କା- ବୋତଲ ମାଖି
ଝିଅ ବିଦାବେଳେ କାନ୍ଦଣା ଲହରୀ ଶୁଭୁନି
ଶେଲଫି ନେବାରେ ବ୍ୟଗ୍ର ବ୍ୟସ୍ତ ଭିଡ଼
ଭିଡିଓ କ୍ୟାମେରା ଆଗରେ ସତ୍ୟ ଲେଉଟେ କଡ଼
ଗୁମୁରି ଗୁମୁରି ମୁଁହ ଲୁଚାଇ ପଳେଇ ଯାଏ
ସଂସ୍କୃତି ପରମ୍ପରା ନିରିମାଖି ।
ବଡ଼ ବାପା କହୁଥିଲେ
ଆଜିର ଦିନରେ ସବୁ ଦଣ୍ଡା ବାଳୁଙ୍ଗା
ଜନ୍ମ ଆଉ ମୃତ୍ୟୁ ବହୁତ ମହଙ୍ଗା
ବିନା ସିଜିରିଆନ୍ କୁଆଁ କୁଆଁ ରାବ ଶୁଭୁନି
ବିନା ଭେନ୍ଟିଲେଟର ଜୀବନ ଦୀପ ଲିଭୁନି
ଭଗବାନ ବଦଳେଇଛନ୍ତି ବୋଧେ
ଭଲ ମଣିଷ ତିଆରି କରିବାର ଛାଞ୍ଚ ଲଫଙ୍ଗା ।
କ'ଣ କରିବା ଭାଇ ଯୁବା ବାହୁଙ୍ଗା
ମନରେ ସଂଶୟ ଆଣେ ଲୁଟ୍ ଦଙ୍ଗା
ଚାଲିବ କେମିତି ଜୀବନ ଡଙ୍ଗା
ଭବିଷ୍ୟତ ଅନ୍ଧାର କୁପଥଧାମୀ
ସୃଷ୍ଟିର ଶ୍ରେଷ୍ଠଜୀବ ବିପଥଗାମୀ
ମାନବତା ବନ୍ଧା ପଡିଛି
ସଠତାର ଯତୁଗୃହେ
ଦୟା କ୍ଷମା କରୁଣା ସଢୁଛି
ଛୋଟା କଣା ବଣା ମୋହେ
ମାଗୁଛି ଜନତା ଜବାବ୍
ମାରୁଛି ମଣିଷ ଜାତି ଜନାବ୍
ପର୍ବରେ ଗର୍ବରେ ଉଡିବ କି ଫରଫର
ଆମର ଗୌରବ ସାର୍ବଭୌମ ତ୍ରୀରଙ୍ଗା ।
