STORYMIRROR

Debadatta Jena

Romance Tragedy

3  

Debadatta Jena

Romance Tragedy

ସାରାଂଶ

ସାରାଂଶ

1 min
225

ଏ କଥା, ନଥା, ପ୍ରେମ ପରିଭାଷା

ଶବ୍ଦର ଯାଦୁ, ଚିତ୍ରକଳ୍ପ, ଉପମା, 

ମିଳି ଯାଆନ୍ତା କି ମତେ..

ଲେଖି ମୁଁ ପାରନ୍ତି ତା' ବିଶେଷତ୍ୱ, 

ଆମ ସମ୍ପର୍କର ମୂଲ୍ୟ, 

ମିଳନ ବିରହ, ବଞ୍ଚିବାର ରାସ୍ତା, 

ସାର୍ଥକତା, ଜୀବନ ଗୀତିକା..!

ଏ ରୀତି, ନୀତି, ପ୍ରଥା, ପରମ୍ପରା

ଆପଣା ପଣ, ଜୀବନର ମୋହ, 

ଫେରି ଆସନ୍ତା କି ପୁଣି ଥରେ..

ଆମ ବ୍ୟବଧାନର ଦୈର୍ଘ୍ୟ, ପ୍ରସ୍ଥ, 

ପରିସୀମା, ପରିବ୍ୟାପକତା, 

ଜୀବନ ମହତ୍ତ୍ୱ, ମର୍ମ, ସାରମର୍ମ, 

ଲେଖି ହୁଅନ୍ତା, ନୂତନ କବିତା..!

ଉପମା, ଅଳଙ୍କାର ଭାବ, ବୋଧ, 

ପାଆନ୍ତା ପୁଣି ସେ ଜୀବନ୍ୟାସ, 

ଅସରନ୍ତି ଯାତନାର ଅବବୋଧ, 

ମନ ଉପବନ ପରେ ଲୁଚି ଥିବା

ଅଫୁରନ୍ତ ଭାଷା ଓ ଉପଭାଷା, 

ମନ୍ତ୍ର ମୁଗ୍ଧ ହୋଇ ଉଠନ୍ତା ପୁଣି..

ଲେଖିବାକୁ ଏ ଜୀବନ୍ତ କବିତା..!



Rate this content
Log in

Similar oriya poem from Romance