STORYMIRROR

Debadatta Jena

Romance Others

2  

Debadatta Jena

Romance Others

ସାରାଂଶ

ସାରାଂଶ

1 min
113

ଆରାଧ୍ୟ,

ତୁ ମୋର ଅସ୍ତିତ୍ୱ 

ମୋ ଜୀବନ ସାରାଂଶ,

ତୋ ମୋ ବିଶେଷତ୍ୱ,

ମୁଁ ଜମା ନୁହେଁ ପୂର୍ଣ୍ଣ,

ତୋ ବିନା,କାରଣ..

ତୁ ପୂର୍ଣ୍ଣ, ମୁଁ ଅପୂର୍ଣ୍ଣ,

ମୁଁ ପୂରା ନୁହେଁ ପରା, 

ତୋ ବିନା..!


ଆକାଂକ୍ଷା,

ମୋ ଦୁର୍ବାର,ଦୁର୍ବୋଧ୍ୟ,

ଲାଗେ ଅବୋଧ୍ୟ,ଅସାଧ୍ୟ,

ତଥାପି ମନରେ ଈପ୍ସା,

ତୁ ମୋର ଇପ୍ସିତ,

ନାହିଁ ସାଧ୍ୟ,ନାହିଁ ବି ସାଧନ,

ତଥାପି କଳ୍ପିତ ମୁଁ,କାରଣ..

ତୁ ସ୍ୱୟଂମ୍ଭୁ,ମୁଁ ସ୍ଵକୀୟ,

ଅମୀମାଂସିତ ପରା,

ତୋ ବିନା..!


ବାସନା..

ତୁ ମୋ ଅତୃପ୍ତ, ଅବୋଧ,

ତୁ ମୋର ବୋଧ ହେଲେ,

ନୁହେଁ ବି ବୋଧଗମ୍ୟ,

ଭେଦି ମୁଁ ଜାଣିଲେ,

ତୁ ସ୍ୱୟଂପୂର୍ଣ୍ଣ,ମୁଁ ପରିପୂର୍ଣ୍ଣ,

ପୂର୍ଣ୍ଣ ମୋର କାମ୍ୟ,

ଅବଶ୍ୟ,ନିଶ୍ଚୟ,କାରଣ..

ନାଁ ମୁଁ ଅଧା,ନାଁ ଅଧୁରା,

ତୁ ମୋ ସର୍ବସ୍ବ ପରା...।

@ଇନ୍ଦ୍ରଧନୁର ରଂଗ..🌷


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance