ସାରା ବିଶ୍ୱେ ଶ୍ରେଷ୍ଠ ଭାରତବର୍ଷ
ସାରା ବିଶ୍ୱେ ଶ୍ରେଷ୍ଠ ଭାରତବର୍ଷ
ସଂସ୍କୃତି ସମ୍ପନ୍ନ ଐତିହ୍ୟରେ ପୂର୍ଣ୍ଣ
ସାରା ବିଶ୍ୱେ ଶ୍ରେଷ୍ଠ ଭାରତ ବର୍ଷ
କଳା କାରୁକାର୍ଯ୍ୟ ସଙ୍ଗୀତ ଭାସ୍କର୍ଯ୍ୟ
ନୃତ୍ୟ ଗୀତ ଚିତ୍ର ସଦା ଉତ୍କର୍ଷ ।
ପୋଥି ପୁରାଣରେ ଧରମ କ୍ଷେତ୍ରରେ
ମହାନତା ତା'ର ପରିଲକ୍ଷିତ
ଭାଷା ସାହିତ୍ୟରେ ପର୍ବପର୍ବାଣୀରେ
ଜଗତବାସୀଙ୍କୁ କରେ ଚକିତ ।
ଏପରି ଭୂଖଣ୍ଡ ହୋଇନାହିଁ ଖଣ୍ଡ
ଭିନ୍ନ ଭିନ୍ନ ଜାତି ମିଳନସ୍ଥଳ
ଗିରିଜା ମନ୍ଦିର ବଉଦ୍ଧ ବିହାର
ମସଜିଦି ଆମ ଏକତା ବଳ ।
ସାରା ବିଶ୍ୱେ ଖ୍ୟାତ ଆମରି ସାହିତ୍ୟ
'ଗୀତାଞ୍ଜଳି' ପରି କବିତା କୃତି
ରାମାୟଣ ଗୀତ ଓ ମହାଭାରତ
ଭରିଥାଏ ଆମ ହୃଦୟେ ଶାନ୍ତି ।
ଜାତୀୟ ପରବ ପାଳନ୍ତି ସରବ
ଭିନ୍ନ ରାଜ୍ୟେ ପୁଣି ପରବ ଭିନ୍ନ
ମଧୁର ଦିବସ ଆନନ୍ଦ ଉଲ୍ଲାସ
ସୃଷ୍ଟି କରିଥାଏ ଆମରି ମନ ।
ନିର୍ମାଣ କଳାର ଅପୂର୍ବ ସମ୍ଭାର
କହିଥାନ୍ତି ଆମ ସଂସ୍କୃତି ଗାଥା
ମନେ ଗର୍ବ ବହି ଜନ୍ମଭୂମି ପାଇଁ
ନଇଁଯାଏ ଆପେ ସବୁରି ମଥା ।
