STORYMIRROR

Jagannath Barik

Classics

3  

Jagannath Barik

Classics

ସାନୁଜ ଅନନ୍ତ ନାଗର

ସାନୁଜ ଅନନ୍ତ ନାଗର

1 min
360

ସାନୁଜ ଅନନ୍ତ ନାଗର (ରାଗ -କାମୋଦି )

ସିଂହାଵଲୋକନ,ଶୃଙ୍ଖଳ ଛନ୍ଦ

----------------------------

ନବ ଉଦୟ ଭାନୁ ଭାନୁ ଜିତ କୃଶାନୁ

        ସାନୁଜ ଅନନ୍ତ ନାଗର

ଗରଧର ଗଞ୍ଜନ ଜନମନ ରଂଜନ

         ଜନକ ଜନନୀ ଉଦ୍ଧର

ହେ ଧରଧର, ଧରଣୀଧର ନଟବର

         ବରଜ ବାଳା ଅନୁସର

ସରସିଜ ଅଧର ଧର ଉରଜାଙ୍କର

          କରଜ ଚାଳନେ ତତ୍ପର |(1)

ହର ହୃଦ ପ୍ରିୟକ ଅର୍କଜା ବିହାରକ

         ରଙ୍କ ରତନ ରାଧାଙ୍କର

ହେ କରକର, କରକରଦନା ମୁଖର

          ଖରବ କାରୀ ଗର୍ବ-ଧର

ଧରମ ସଂସ୍ଥାପନ ପନ୍ନଗାରି ବାହନ

          ହନନ କର ନିଶାଚର | (2)

ଚର ଅଚର ପାଳ ପାଳକ ତ୍ରିଲୋକର

         କରଜୁ ସ୍ଵର୍ଣ୍ଣଦୀ ବାହାର

ହାର କୌସ୍ତୁଭ ଯାର ଜାରଜେ ରକ୍ଷାକାର

         କୌରବ ଗୌରବ ସଂହାର

ହେ ହାରକାର,  କାରଣ କାରକ ରସାର 

          ସାରସ ପଦେ ନମସ୍କାର

କାର୍ପଣ୍ୟ ପରିହର ହର ଜଗାର ଦର

         ଦର ଧାରଣ ଗୀତାଧାର |(3)

------------------------

ଉଦୟଭାନୁ -ବାଳରବି, ଭାନୁ -କାନ୍ତି, ତେଜ,

କୃଶାନୁ-ଅଗ୍ନି, ଗରଧର -ବିଷଧର, ନାଗ, ଧରଧର -ଗିରିଧର,

ସରସିଜ -ପଦ୍ମ, ଉରଜ -କୁଚ, ସ୍ତନ, କରଜ -ନଖ, ଅଙ୍ଗୁଳି,

ଅର୍କଜା -ଯମୁନା, କର୍କର -ଦର୍ପଣ, କରକ ରଦନା -ଡାଳିମ୍ବ ଦନ୍ତୀ,

ପନ୍ନଗାରି -ଗରୁଡ଼, ହନନ -ହତ୍ୟା, ଵଧ, ଜାରଜେ -ପାଣ୍ଡଵମାନେ,

ହାରକାର -ମାଳାକାର, ସାରସ -ପଦ୍ମ, କାର୍ପଣ୍ୟ -କୃପଣତା,

ଦର -ଦୁଃଖ, କଷ୍ଟ, ଦର -ଶଙ୍ଖ, ଗୀତାଧାର -ଗୀତାର ଆଧାର, ସ୍ରଷ୍ଟା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics