STORYMIRROR

Puspanjali Panda

Classics

3  

Puspanjali Panda

Classics

ସାଙ୍ଗରେ..

ସାଙ୍ଗରେ..

1 min
456

କେମିତି ପଡିଲା ବନ୍ଧୁତା ରେ ଇତି

କାରଣ ଖୋଜି ପାଉନି

ଟଙ୍କା ରୋଜଗାର, ପିଲା ପରିବାର!

ପଛରେ ମନ ମାନୁନି

ବରଷା ଟୋପାକୁ ଏବେବି ଦେଖିଲେ

ମନେପଡୁ କାହିଁ ଏତେ

ସାରୁ ପତରର ଛତା ଧରି ଧରି

ଚାଲୁଥିଲେ କେତେ ସତେ

ନଈ ବାଲି ପରେ ଗାଧୁଆ ତୁଠରେ 

ଚଇତି ବାଗୁଡି ଖେଳ

ସାଙ୍ଗରେ ,କେମିତି ଭୂଲିଗଲାମନ

ଭୂଲିଲା ସେ ପିଲାବେଳ

ସ୍କୁଲ୍ ପାଖର ଖେଳପଡିଆକୁ

ବହୁଦିନୁ ଦେଖିନାହିଁ

କେତେ କେତେ ଖେଳ ଖେଳୁଥିଲେ ଦୁହେଁ

କିଛି ତୋର ମନେନାହିଁ

ଅଧା ଓଦାହୋଇ ଗୋଟିଏ ଛତାରେ

ଯାଉଥିଲେ ଟିଉସନ

ମୋ ପାଇଁ ତୁ ତୋପାଇଁ ମୁଁ

ଦେଉଥିଲେ ଉପସ୍ଥାନ

ଗଣେଷ ପୂଜା ରେ ଫୁଲତୋଳିବାରେ

ଦୁହେଁ ଚଢୁଥିଲେ ଗଛ

ସରସ୍ୱତୀ ପୂଜା ଏବେ ବି ପାଳୁଛୁ

ଖୁସୀ ମନେଇବା କଷ୍ଟ

ଫେରିଆ ରେ ସାଙ୍ଗ ଥରୁଟିଏ ହେଲେ

ପାଖରେ ମୋ ବସିବାକୁ

ବହୁତ ଦିନରୁ ଦେଖି ନାହିଁ ତତେ

(ଚାହେଁ)ମନଖୋଲି ହସିବାକୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics