STORYMIRROR

Nilamadhab Raj

Romance Fantasy Others

4  

Nilamadhab Raj

Romance Fantasy Others

ସାଙ୍ଗ ବାହାଘର

ସାଙ୍ଗ ବାହାଘର

1 min
452

ଚାଲି ଯିବ ଆଜି ଶାଶୁ ଘରକୁ ଲୋ

ମଥାରେ ସିନ୍ଦୂର ନାଇ

ଆଜିର ସଜରେ ସମସ୍ତଙ୍କ ଆଗେ

ଦିଶୁ ଅଛୁ ଭାରି ସୁନ୍ଦରୀ।


10 ବରଷ ଧରି ସାଙ୍ଗ ହୋଇଥିଲେ

କରୁଥିଲୁ କେତେ ମୋଜା ମସ୍ତି

ତୋ ହାତ ନବାଜିଲେ ଭୋଜି ହୁଏ ନାହିଁ

ଏବେ କିଏ କରିବ ରୋଷେଇ।


ସାଙ୍ଗସାଥି ଛାଡ଼ି ଚାଲି ଯାଉଅଛୁ

ତୁ ଥିଲୁ ଆମ ଅତି ନିଜର

ଯୁଆଡେ ବି ଯା ଯୋଉଠି ବି ଥା

ଆମକୁ କରିବୁନି କେବେ ପର।


ଆମ କଥା ଯେବେ ମନେ ପଡ଼ିବ

ଫୋନ କରି କଥା ହେବୁ

ବେଶୀ ମନେ ପଡିଲେ ଦେଉଳି ଆସିକି

ଆମ ସହ ଦେଖା କରିବୁ।


କରିବେ ମଙ୍ଗଳ ପ୍ରଭୁ ଜଗନ୍ନାଥ

ସବୁ ଶୁଭ ହେବ ତୋର

ଆମ ଭଲପାଇବା ସର୍ବଦା ତୋତେ

ମଙ୍ଗଳ ଦେବଟି ତୋର।


ତୁ ସିନା ନିଜ ସାଥୀ ବାଛି ନେଲୁ

ସୁଖ ଆଶା ଭରି ପ୍ରାଣେ,

ଆମେ ରହିଛେ ଏକାକୀ ଏଯାଏ

ତୋର ସ୍ମୃତି ରଖି ମନେ।


ଜଗତର ନାଥ ଜଗନ୍ନାଥଙ୍କ ପୟରେ

କରୁଅଛି ଆଜି ମିନତି,

ତୋ ହାତେ ଶଙ୍ଖା ମଥାରେ ସିନ୍ଦୂର

ଝଟକୁ ଥାଉ ଏମିତି।


ଦିନ ଚାଲିଯାଏ ସମୟ ବି ଯାଏ

ସମୟ ସ୍ରୋତରେ ଆମ୍ଭେ,

ସମ୍ପର୍କଟା କିନ୍ତୁ ଲୌହ ସ୍ତମ୍ଭ ଭଳି

ଉଭା ହୋଇ ରହୁ ଦମ୍ଭେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance