ସାମ୍ରାଜ୍ୟ
ସାମ୍ରାଜ୍ୟ
ଲୁହ ସବୁ ବନ୍ୟା ହୋଇ ଛୁଟିଗଲା ପରେ
ଲହୁ ସବୁ ନଦୀ ହୋଇ ସନ୍ତରଣ କଲା ପରେ
ପରମାୟୁ ସବୁ ଯେବେ ଗତାୟୁ ହୁଏ
ସେହି କ୍ଷଣରେ ମନେପଡେ
ସତରେ ଦୁର୍ଲଭ ଜୀବନଟା ଖୋଜେ ଖାଲି
ଶାନ୍ତି, ତୃପ୍ତି, ଆନନ୍ଦ
କିନ୍ତୁ କଣ ମିଳେ, ମିଳେନି କେଉଁଠି
ସଞ୍ଜ ହେଲେ ସିନା ସୂର୍ଯ୍ୟ ଦୁଵିଯାଏ
ହେଲେ ମୋ ଭାବନାର ସୁରୁଜଟା
ଚେତନାରେ ସଞ୍ଜ ହେଲେ ନିତି ଉଏଁ
ଏଠି ନିତି ସିନା ସୁରୁଜ ଉଏଁ
ହେଲେ ସଞ୍ଜ ହେଲେ
କେତେ କଣ ଭାବେ ଏମିତି
ଭାବନାରେ, ଭାବନାରେ
ସାମ୍ରାଜ୍ୟ ଗଢେ, ସମ୍ରାଟ
ହୁଏ ସେହି ବିଶାଳ ସମ୍ରାଜ୍ୟର
