Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Abstract Action Classics

4  

Chittaranjan Nanda

Abstract Action Classics

ସାମ୍ପ୍ରଦାୟିକତା ନୁହେଁ ସଂସ୍କୃତି

ସାମ୍ପ୍ରଦାୟିକତା ନୁହେଁ ସଂସ୍କୃତି

1 min
274



ସ୍ନେହ ଶ୍ରଦ୍ଧା ନାହିଁ ଯେଉଁ ମଣିଷର

ହୃଦୟ ଭିତରେ,

ଯଜ୍ଞ, ତପ ଓ ଦାନ କଲେ, କିଛି କୁହ

ଲାଭ ଅଛିରେ ।


ହୃଦୟ ଯେଉଁ ମଣିଷର ଅଟେ ନିଷ୍ପାପ 

ସରଳ ସୁନ୍ଦର

ତାହାକୁ କହିବା ମଣିଷ, ଏକ ଉନ୍ନତ 

ଐତିହ୍ୟ ସଂସ୍କୃତି ପରମ୍ପରାର।


ପ୍ରତିଶୃତି ଦେଇ ପ୍ରତିଶୃତିକୁ ରଖିଲେ,

ସଂସ୍କୃତି ସମ୍ପନ୍ନ ସୁଜନରେ ହୁଏ ଗଣା

କଥା ନରଖିଲେ ଧୋକାବାଜ ସଂସ୍କୃତି 

ବୋଲି ଜଗତରେ ଜଣା ।


ପିତୃ ସତ୍ୟ ପାଳି ଶ୍ରୀ ରାମ ଚଳିଗଲେ

ଚଉଦ ବରଷ ବନବାସ 

ରାଜା ହରିଶ୍ଚନ୍ଦ୍ର କଥା ଦେଇ, କଥାକୁ 

ରକ୍ଷା କଲେ ଶ୍ମଶାନ ବାସ ।


ମୋ' ଜୀବନ ନର୍କେ ପଡିଥାଉ ଜଗତ 

ଉଦ୍ଧାର ହେଉ

ସନ୍ଥ କବି ଭୀମଭୋଇଙ୍କ ବଚନାମ୍ବୃତ 

ଆମେ ଗରଵେ ଗାଈ ଥାଉ ।


ବସୁଧୈବ କୁଟୁମ୍ବକମ୍ ମନ୍ତ୍ର କେବଳ ମୋ

ଦେଶ ଗାଁ ସଂସ୍କୃତିରେ ମିଳେ

ତ୍ୟାଗର ଯୋଗ, ମୋ ଦେଶ, ଗାଁ ସଂସ୍କୃତିରେ

ଥିବାରୁ ଆନନ୍ଦ ମିଳେ ।


ସର୍ବ ଧର୍ମ ସମନ୍ୱୟର ଭାବନା ଦିଏ

ପରିଚୟ ଆମ ସଂସ୍କୃତିର 

ଧର୍ମ ନିରପେକ୍ଷ ସମାଜବାଦ ଗଣତନ୍ତ୍ର

ବିଧାନ, ମୂଖ୍ୟ ତତ୍ତ୍ଵ ଆମ ସମ୍ବିଧାନର ।


ଜଗତର ହିତ ହୁଏ, ଜାତି ଧର୍ମ ବର୍ଣ୍ଣ 

ଭେଦର ଭାବନା ନଥିଲେରେ

ମୋ ଦେଶ ପ୍ରଦେଶ ଗାଁ ସଂସ୍କୃତିକୁ ବୁଝି 

ପାରିବନି ସାମ୍ପ୍ରଦାୟିକ ଭାବନାରେ ।


Rate this content
Log in

Similar oriya poem from Abstract