STORYMIRROR

Kalandi pal

Inspirational

3  

Kalandi pal

Inspirational

ସାଇଭଜନ

ସାଇଭଜନ

1 min
213

ଓଁ ସାଇରାମ ଓଁ ସାଇରାମ

  ଓଁ ସାଇରାମ ଓଁ ସାଇରାମ.

ଅଗତିର ଗତି ତୁମେ ଅନ୍ଧାରରେ ଜ୍ୟୋତି

ସର୍ବଧର୍ମ ସମନ୍ୱୟ ନାହିଁ କେଉଁ ଜାତି

ନିରାଶ ମନରେ ଫୁଟେ ଆଶାର ସଞ୍ଚାର

ପୁରେ ପୁରେ ବୁଲ ତୁମେ ହୋଇତ ଫକୀର

ତୁମ ଆବିର୍ଭାବେ ହୁଏ ଧନ୍ୟ ଧରାଧାମ

ତୁମେ ପରା ସେଇ କୃଷ୍ଣ ତୁମେ ପରା ରାମ.

 ଓଁ ସାଇରାମ ଓଁ ସାଇରାମ

  ଓଁ ସାଇରମ ଓଁ ସାଇରାମ.


ରାମ କୃଷ୍ଣ ଜନମିଲେ ଦେଖି ରାଜ କୁଳ

ତୁମେ ପ୍ରଭୁ ଜନମିଲ ନାବିକର କୋଳ

ଗ୍ରାମ ତୁମ ପୁତ୍ତପାର୍ଥୀ ସଚ୍ଚା ମୁସଲମାନ

ଶିକ୍ଷା ଦେଲ ଜଗତରେ ତୁମେ ସର୍ବ ଧର୍ମ

ତୁମ ପରଶରେ ରୋଗୀ ପାଏ ଉପଶମ

ପ୍ରମାଦ ଗଣେ ସ୍ଵର୍ଗରେ ଥାଇ ପରା ଯମ.

ଓଁ ସାଇରାମ ଓଁ ସାଇରାମ

  ଓଁ ସାଇରାମ ଓଁ ସାଇରାମ.


ଗୁରୁବାରେ ଜନମିଲ ଶ୍ରେଷ୍ଠ ହେଲା ବାର

ମହିମାରେ ସ୍ୱର୍ଗ ମର୍ତ୍ତ୍ୟ ହେଲା ଏକାକାର

ଦିବ୍ୟ ଦର୍ଶନର ତୁମେ ସାରଥୀ ହେ ବାବା

ଶ୍ରଦ୍ଧା ସବୁରି ବୋଲାଇ କରୁଥିଲ ସେବା.

ଶିରିଡିରେ ଥାଇ ତୁମେ ନିଅ ସବୁ ମନ

ଧନ୍ୟ ହୁଏ ଏ ଜୀବନ କଲେ ଦରଶନ.

ଓଁ ସାଇରାମ ଓଁ ସାଇରାମ

  ଓଁ ସାଇରାମ ଓଁ ସାଇରାମ.



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational