STORYMIRROR

Satyabati Swain

Inspirational

4  

Satyabati Swain

Inspirational

ସାଧୁ ସାଵଧାନ

ସାଧୁ ସାଵଧାନ

1 min
225


ସ୍ୱାର୍ଥପର

ସ୍ୱାର୍ଥପରତା

ମୁଖ

ମୁଖା

ଖୁବ୍ କମ୍ ସମୟରେ ଧରା ପଡ଼ିଯାଏ

ସାଧୁ ସାବଧାନ।


ପରକୁ ଆପଣାର ମଣି

ନିଜର ପର ଭାବୁଥିବା 

ପାଣିରେ ସର ପକାଉଥିବା 

ହିତୈଷୀ ଦେଖେଇ

ଶୁଖିଲା ଘା ଖେଳେଉ ଥିବା ମଣିଷ

ଖୁବ୍ ସାଂଘାତିକ

ସାଧୁ ସାବଧାନ।


ଧନ କୁ ଅଭିମାନ

ଯୌବନକୁ ଅୟସ୍

ଅଭିନୟକୁ ସତ ଭାବୁଥିବା ଲୋକେ

ପାଣିରେ ଭାସନ୍ତି

ସାଧୁ ସାବଧାନ।


ବହୁତି ଭଲ ପାଏ କୁହେ ମୁହଁରେ

କିନ୍ତୁ ଖୁବ୍ ଈର୍ଷା କରେ ଭିତରେ

ଧୂଆଁ ନ ଦେଖେଇ କୁହୁଳୁ ଥିବା ଲୋକ

ଦୋମୁହାଁ 

ବିଷକୁମ୍ଭ ପୟୋମୁଖ

ସାଧୁ ସାବଧାନ।


କୃପଣ ବ୍ୟକ୍ତି ପାଶ

କୁକୁର ବି ଯାଏନି

ସଂକ୍ରମଣ ସାଂଘାତିକ

ସେ କରୋନା ହେଉ କି

ଘୃନ୍ୟ ମନ ଅବା ଚିନ୍ତା ଚେତନା

ସାଧୁ ସାବଧାନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational