STORYMIRROR

Rama chandra Pradhan

Inspirational Children

3  

Rama chandra Pradhan

Inspirational Children

ସାଧରଣ ତନ୍ତ୍ର ଦିବସ

ସାଧରଣ ତନ୍ତ୍ର ଦିବସ

1 min
257

ସାଧାରଣ ତନ୍ତ୍ର ଦିବସରେ ଆଜି

ନେବାରେ ଆସ ଶପଥ

ଜାତି ପ୍ରେମ ବହ୍ନି ଜାଳି ହୃଦୟରେ

ଚଢ଼ିବା ବିଜୟ ରଥ l

ସମ୍ବିଧାନେ ଲେଖା ନୀତି ନିୟମକୁ

ନିଷ୍ଠାର ସହ ପାଳିବା

ଭାଷଣ ବାଜିଠୁ ଦୂରେଇ ରହି କି

ସୁନାର ଦେଶ ଗଢ଼ିବା l

ହାରିବାନି କେବେ ଡରିବାନି କେବେ

ଆମେ ଏ ଜନ୍ମ ମାଟିରେ

ଶତ୍ରୁ ସଙ୍ଗେ ଲଢ଼ି ଘଉଡ଼ାଇ ଦେବା

ଆମ ଦେଶ ସୀମା ପାରେ l

ତ୍ରିରଙ୍ଗା ନେତକୁ ସନମାନ ଦେବା

ଗରବେ ଫୁଲାଇ ଛାତି

ଦେଶ ପାଇଁ ଆମେ ଗୌରବ ଆଣିବା

ହୃଦେ ବୁଣି ଦେଶ ପ୍ରୀତି l

ରାଷ୍ଟ୍ରୀୟ ଏକତା ବଜାୟ ରଖିବା

ସାମୁହିକ ସ୍ୱାର୍ଥ ପାଇଁ

ସ୍ୱଚ୍ଛତା ଦିଗରେ ଅଗ୍ରସର ହେବା

ମାଟି ମାଆ ମଥା ଛୁଇଁ l

ହର୍ଷ ଉଲ୍ଲାସରେ ପାଳିବା ଆସରେ

ଏ ଜନରାଜ୍ୟ ଦିବସ

ସତ୍ୟ ଧର୍ମ ନ୍ୟାୟ ଅହିଂସା ପଥରେ

ଚାଲିବା ସାରା ବରଷ l


Rate this content
Log in

Similar oriya poem from Inspirational