STORYMIRROR

Amarnath Barick

Inspirational

4  

Amarnath Barick

Inspirational

ସ୍ଵାଧୀନ ଦେଶର କଥା

ସ୍ଵାଧୀନ ଦେଶର କଥା

1 min
275

ମୁଁ ରାଜ୍ୟ ବାହାରେ ଦାଦନ ଖଟୁଛି

କ୍ରୀତଦାସ ସାଜି ସଂସାର ପାଳେ

ଦରଖିଆ ହୋଇ ଜୀବନ ବିତାଏ

ମିଳେନାହିଁ ମୋତେ ଆହାର ମୁଠେ

ତଥାପି ଶୁଣୁଛି ମୋ ଦୁଇ କର୍ଣ୍ଣ

କାହିଁକି ନା ସ୍ୱାଧୀନ ଦେଶର ମୁଁ ପ୍ରଜା ଧନ୍ୟ ।


ମୁଁ ଜଣେ କୃଷକ ଫଳାଉଛି ଶସ୍ଯ

ବୁହାଉଛି ନିତି ରକତ ବିନ୍ଦୁ

ମିଳେନାହିଁ ମତେ ମୋ ପାରିଶ୍ରମିକ

ଦୁଃଖ ବହିଯାଏ ମୋ ସାତ ସିନ୍ଧୁ

ଅଭାବେ କୁଟୁମ୍ବ କାଟୁଛି ଦିନ

କାହିଁକି ନା ସ୍ୱାଧୀନ ଦେଶର ମୁଁ ପ୍ରଜା ଧନ୍ୟ ।


ମୁହିଁ ନାବାଳିକା କୋମଳ କଢ଼ିଟେ

କି ଦୋଷ କରିଛି ଏ ଦୁନିଆର

ସୁଯୋଗ ପାଇଲେ ଧର୍ଷଣ କରନ୍ତି

ବିକଳରେ ହୁଏ ମୁଁ ବଳାତ୍କାର

ନିରବେ କୁହଇ ମୋ ଭଙ୍ଗା ମନ

କାହିଁକି ନା ସ୍ୱାଧୀନ ଦେଶର ମୁଁ ପ୍ରଜା ଧନ୍ୟ ।


ପୁଣି ଇଚ୍ଛା ହୁଏ ଚାଖିବାକୁ ଥରେ

ସ୍ୱାଧୀନତା ସ୍ଵାଦ ମିଠା କି ଖଟା

ମିଳନ୍ତାକି ଥରେ ଜାଣନ୍ତି କେମିତି

ସ୍ୱାଧୀନତା ଲାଗେ ଖଦୀ କି ମଠା

କାରଣ ମୁଁ ପରା ଏ ଦେଶ ଜନ

କାହିଁକି ନା ସ୍ୱାଧୀନ ଦେଶର ମୁଁ ପ୍ରଜା ଧନ୍ୟ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational