STORYMIRROR

Sunanda Mohanty

Abstract Inspirational Others

3  

Sunanda Mohanty

Abstract Inspirational Others

ସାଧବବୋହୁ, ମୌସୁମୀ ଓ ରଜ

ସାଧବବୋହୁ, ମୌସୁମୀ ଓ ରଜ

1 min
89


 ସାଧବ ବୋହୁ ପିନ୍ଧି ନାଲି ପାଟଶାଢ଼ୀ 

ନାଲି ଓଠେ ପାନଖାଇ ଆସୁଛି ମାଡି 

ସାରୁପତ୍ରରେ ଜଳବିନ୍ଦୁ ନପଡେ ଗଡି 

ଏତେ ଦିନ ପରେ ଏ ସନ ରଜରେ 

ମନବନେ ତା ପଦ୍ମଫୁଲ ଫୁଟି ପଡୁଛି ଝଡି 

ମୌସୁମୀ ତାକୁ ଧୋକାଦେଇ ଗଲା ଛାଡି 

ଏ ସନ ମୌସୁମୀ ହାତ ମିଳାଈଛି 

ଉପରେ ପଡି, ଛାଡି ଯାଇଛି ଝଡି 

ସାଧବବୋହୁ ନିରୋଳାରେ ସିଡ଼ି ଯାଉଛି ଚଢି 

ନାଲି ଗୁଲୁଗୁଲୁ ସାଧବବୋହୁ କୁ ଦେଖି 

ଅତୀତର ସେଇ ଧୂସର ରଙ୍ଗରୁ 

ମୋ ହାତ ରେ କିଛି ଖସି ଯାଇଛି ପଡି 

ରଜ ଥିଲା ଅଛି ଥିବ, ସମୟ ଯାଉଛି ଗଡି 

ସାରୁବୁଦା ମୂଳେ ବେଙ୍ଗବେଙ୍ଗୁଲି ଛାଡ଼ନ୍ତି ରଡି 

ସୁଖ ପରେ ଦୁଃଖ, ଦୁଃଖ ପରେ ସୁଖ ଆସିବମାଡି

ଓଁ ପରଂବ୍ରହ୍ମ ପରମେଶ୍ୱରଙ୍କ ନିଦ ବୋଧହୁଏ ଗଲାଣି ଛାଡି


Rate this content
Log in

Similar oriya poem from Abstract