STORYMIRROR

Tilottama Prusty

Inspirational

3  

Tilottama Prusty

Inspirational

ସାଧାରଣତନ୍ତ୍ର ଦିବସ

ସାଧାରଣତନ୍ତ୍ର ଦିବସ

1 min
179

ସାଧାରଣତନ୍ତ୍ର ଦିବସରେ

      ଗାଇ ଯିବା ଆମେ ଏକ ସ୍ଵରରେ

   ବନ୍ଦେ ମାତରଂ ଗାଇ ଯିବା

   ଏକତା ମନ୍ତ୍ରରେ ବାନ୍ଧି ହେବା

    ଫୁଲ ଅଟୁ ଆମେ ଯେ ଅନେକ

    ମାଳା ହୋଇ ଆମେ ହେଉ ଏକ।

ଭାଇଚାରାର ଯେ ଦେଶ ଇଏ

      ଦୁଃଖ ସୁଖ ମିଶି ବାଣ୍ଟୁଥାଏ

    ଭାରତର ବୀର ପ୍ରସବିନୀ

    ମା'ଆ ଆମ କୀର୍ତ୍ତି କିରୀଟିନୀ

    କେତେ ଯୋଗଜନ୍ମା ସନ୍ତାନକୁ

    କୋଳରେ ଧରିଛି ସେ ତାହାଙ୍କୁ

ଉଣେଇଶ ସତ ଚାଳିଶରେ

      ସବୁଜ ଧଳା କେଶରୀରେ

    ଅଗଷ୍ଟ ପନ୍ଦର ତାରିଖରେ

    ଆଭୂଷଣ କଲେ ମାଆ କୁରେ

     ଶାନ୍ତି ପ୍ରଗତି ପବିତ୍ରତାର

    ବାସ୍ନା ଖେଳିଗଲା ମହକରେ

ମାଆକୁ ସ୍ୱାଧୀନ କରିଦେଲେ

      ଜୀବନ ଉତ୍ସର୍ଗ କରିଥିଲେ

     ଇଂରାଜୀ ପ୍ରଦତ୍ତ ଆଇନକୁ

     ବଦଳାଇ ଦେଲେ ସେ ତାହାଙ୍କୁ

     ନିଜ ସମ୍ବିଧାନ ଗଡ଼ଗଲେ

     ଗଣତନ୍ତ୍ର ବୋଲି ନାଆଁ ଦେଲେ।

ବାବା ସାହେବ ଆମ୍ବେଦକର

     ପ୍ରତିଷ୍ଠାତା ସିଏ ସମ୍ବିଧାନର

    ଜାନୁଆରୀ ଏହି ଛବିଶିକୁ

    ଲାଗୁହେଲା ସେହି ଆଇନକୁ

    ଲୋକଙ୍କର ଲୋକମାନଙ୍କର।

    ଆଇନ୍ ହୋଇଲା ସଭିଙ୍କର

ଭାରତ ମାତାଙ୍କ ଚରଣରେ

     ପ୍ରଣତି କରୁଛି ମୁଁ ଶେଷରେ।

ସାଧାରଣତନ୍ତ୍ର ଦିବସରେ

     ଗାଇ ଯିବା ଆମେ ଏକ ସ୍ୱରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational